ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):ଗାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ। ରାତିଅଧିଆ ପୁଲିସ ଚଢ଼ାଉ କରି ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗାଁରୁ। ଅଭିଯୁକ୍ତ ଜଣଙ୍କ ହେଲେ ଡେଙ୍ଗାଓସ୍ତା ଗାଁର କଂଗ୍ରେସ ସାହୁ।
ଡେଙ୍ଗାଓସ୍ତା ଗାଁରେ ବେଆଇନ ବାଣ ଗୋଦାମ ଚାଲିଥିବା ପାଟପୁର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ପାଟପୁର ପୁଲିସ ପହଞ୍ଚି ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ପାଟପୁର ପୁଲିସ ଏକ ମାମଲା ମଧ୍ୟ ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଡେଙ୍ଗାଓସ୍ତା ଗାଁରେ ଚାଲିଥିବା ଅନ୍ୟ ଏକ ବେଆଇନ ବାଣ ଗୋଦାମରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ କୈଳାଶ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।
The post ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୫ଲକ୍ଷ ଟଙ୍କାର ବାଣ ଜବତ appeared first on Odisha Reporter.
from Odisha Reporter https://ift.tt/ejXhQLl
No comments:
Post a Comment