ମଝି ଆକାଶରେ ଦୋହଲିଲା ବିମାନ, ୩୬ ଯାତ୍ରୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 18, 2022

ମଝି ଆକାଶରେ ଦୋହଲିଲା ବିମାନ, ୩୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ମଝି ଆକାଶରେ ଦୋହଲିଲା ବିମାନ। ଭୟଭୀତ ହୋଇଗଲେ ଯାତ୍ରୀ। ଲ୍ୟାଣ୍ଡିଂର ଅଧଘଣ୍ଟା ପୂର୍ବରୁ ବିମାନ ଦୋହଲିବା ଯୋଗୁ ୩୬ ଯାତ୍ରୀ ଆହତ ହୋଇଛନ୍ତି। ଫିନିକ୍ସରୁ ହନଲୁଲୁ ଯାଉଥିବା ହୱାଇୟାନ ବିମାନରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ହଠାତ ପାଣିପାଗ ପରିବର୍ତ୍ତନ ଯୋଗୁ ଓ ପ୍ରବଳ ପବନ ଯୋଗୁଁ ହୱାଇୟାନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୋହଲି ଯାଇଛି। ଏଥିରେ ୩୬ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍‌କୁ ପଠାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ୧୧ ମାସର ଛୋଟ ଶିଶୁ ମଧ୍ୟ ଅଛି।

ହୱାଇୟାନ୍ ଏୟାରଲାଇନ୍ସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ସାମାନ୍ୟ ଆଘାତ ଲାଗିଥିବା ଯାତ୍ରୀ ଓ ଚାଳକ ଟିମ୍‌ର ସଦସ୍ୟଙ୍କୁ ଚିକିତ୍ସା କରାଯାଇଛି। ଆଉ କିଛି ଯାତ୍ରୀଙ୍କୁ ତତ୍‌କାଳ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହନଲୁଲୁ ଏମର୍ଜେନ୍‌ସି ମେଡିକାଲ୍ ସର୍ଭିସେସ୍ କହିଛି ଯେ, ଭର୍ତ୍ତି ହୋଇଥିବା ଯାତ୍ରୀମାନଙ୍କ ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିଛି। କେତେକଙ୍କ ଦେହ ହାତ ଖଣ୍ଡିଆଖାବରା ହେବା ସହ ଛେଚିଛାଚି ହୋଇଯାଇଛି। ଆଉ କେତେ ଜଣ ଅଚେତ ହୋଇଯାଇଛନ୍ତି।

ହନଲୁଲୁରେ ଅବତରଣ କରିବାର ୩୦ ମିନିଟ୍ ପୂର୍ବରୁ ବିମାନଟି ଆକାଶରେ ଦୋହଲି ଯାଇଥିଲା। ପୂର୍ବାହ୍ନ ୧୦.୫୦ରେ ହନଲୁଲୁରେ ନିରାପଦରେ ଅବତରଣ କରିଥିବା ଏହି ବିମାନରେ ୨୭୮ଜଣ ଯାତ୍ରୀ ଏବଂ ୧୦ଜଣ କ୍ରୁ ମେମ୍ବର ଥିଲେ ବୋଲି ହୱାଇୟାନ ଏୟାର୍‌ଲାଇନ୍‌ସ୍ କହିଛି।

ହନଲୁଲୁ ସ୍ଥିତ ନ୍ୟାସ୍‌ନାଲ୍ ୱେଦର୍ ସର୍ଭିସ୍‌ର ପାଣିପାଗ ବିଶେଷଜ୍ଞ ଟୋମାସ୍ ଭଗାନ୍ କହିଛନ୍ତି, ଓଆହୁ ଅଞ୍ଚଳରେ ଘଡ଼ଘଡ଼ି ସହିତ ଝଡ଼ବତାସ ହେବ ବୋଲି ପୂର୍ବରୁ ସତର୍କସୂଚନା ଜାରି କରାଯାଇଥିଲା। ତାହା ‌ସମ୍ଭବତଃ ଉକ୍ତ ବିମାନ ଯାତ୍ରା କରୁଥିବା ଅଞ୍ଚଳକୁ ମାଡ଼ି ଆସିଥିବା ଅନୁମାନ କରାଯାଉଛି।

The post ମଝି ଆକାଶରେ ଦୋହଲିଲା ବିମାନ, ୩୬ ଯାତ୍ରୀ ଆହତ appeared first on Odisha Reporter.



from Odisha Reporter https://ift.tt/5Usk2aw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages