୫ ଡିସେମ୍ବର, ସୋମବାର: ଅପ୍ରିୟ ସତ କହି ମନସ୍ତାପ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 4, 2022

୫ ଡିସେମ୍ବର, ସୋମବାର: ଅପ୍ରିୟ ସତ କହି ମନସ୍ତାପ କରିବେ

ମେଷ:  କୋର୍ଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ । ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହିବ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ବୃଷ  : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର  ମିଳିବ, ବ୍ୟବସାୟରେ ଆର୍ଥିକ ଲାଭ ହେବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ଭେଟ ହେବା ଯୋଗୁ ମନ ପ୍ରସନ୍ନ ରହିବ।  ସାହିତ୍ୟ, ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ମଧ୍ୟାହ୍ନ ପରେ ଭାବିଚିନ୍ତି କାଯର୍ୟକଲେ ସୁଫଳତା ପାଇବେ ।

ମିଥୁନ : ଆଶା କରୁଥିବା ଦିଗରୁ ଅର୍ଥ, ମାନ ସମ୍ମାନ ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, ଗୁରୁଜନଙ୍କ ସ୍ନେହ ଆର୍ଶୀବାଦ ଲାଭ କରିବେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ, ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ।  ଅପ୍ରିୟ ସତ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।

ସିଂହ : କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଫଳରେ ଧାର କରଜ କରିବାକୁ ପଡିପାରେ, ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁ ଦିନର ସ୍ୱପ୍ନ  ବାସ୍ତବରେ ପରିଣତ ହୋଇପାରେ, ଉଚ୍ଚ ଅଧିକାରୀଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ।

କନ୍ୟା  :  ଆକସ୍ମିକ ଅର୍ଥ ଖର୍ଚ୍ଚ ହୋଇପାରେ, ଦୂରଯାତ୍ରା କରିବାକୁ ପଡିପାରେ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ, ମନୋରଞ୍ଜନରେ ଦିନ ବିତିବ ଏବଂ ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ।  ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ, ଛାତ୍ରଛାତ୍ରୀମାନେ ପାଠପଢା ପ୍ରତି ମନୋନିବେଶ କରିବେ ।

ତୁଳା: ସାମାଜିକ ପତିଆରା ଅମଳିନ ରହିବା ସହ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପା ଭାଜନ ହେବେ । ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ବିଚ୍ଛା: ଶତ୍ରୁ ନାଶ, ଧନ ପ୍ରାପ୍ତି, ମିତ୍ର ଲାଭ ଓ ଉଚ୍ଚ ସମ୍ମାନ ମିଳିବା ସହ ଶୁଭ ସମ୍ବାଦ ପାଇ ଖୁସି ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ପ୍ରତ୍ତିପତି ଅକ୍ଷୁର୍ଣ୍ଣ ରହିବ।

ଧନୁ: ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବାସହ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ। ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ ।

ମକର : ବହୁଦିନର ଆଶା ଅଭିଳାଷ ପୂର୍ଣ୍ଣ ହେବାରୁ ମନ ଖୁସି ରହିବ । ରାଜନୀତି କରୁଥିବା ବ୍ୟକ୍ତି ଶୁଭଫଳ ପାଇବା ସହିତ ଲାଭ ପାଇପାରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ : ପରିବାରରେ ହସଖୁସିରେ ସମସ୍ତେ ସମୟ ଅତିବାହିତ କରିବେ, ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ।  ପ୍ରେମ ପାଇଁ ଦିନଟି ବହୁତ ଭଲ ରହିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।  ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ  ଅର୍ଥହାନୀ ହେବ ।

ମୀନ : ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଉନଥିବାରୁ ଅଧିକ ଚିନ୍ତାବୃଦ୍ଧି ହେବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ମାଗିପାରନ୍ତି।

The post ୫ ଡିସେମ୍ବର, ସୋମବାର: ଅପ୍ରିୟ ସତ କହି ମନସ୍ତାପ କରିବେ appeared first on Odisha Reporter.



from Odisha Reporter https://ift.tt/D7rT1Gm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages