ଏନ୍‌କାଉଣ୍ଟର୍‌ରେ ଟଳିଲେ ୩ ଲସ୍କର ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 19, 2022

ଏନ୍‌କାଉଣ୍ଟର୍‌ରେ ଟଳିଲେ ୩ ଲସ୍କର ଆତଙ୍କବାଦୀ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଲା ବଡ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆତଙ୍କବାଦୀଙ୍କ ପରିଚୟ ମିଳିନଥିବା ବେଳେ ଏମାନେ କିଏ ଓ କେଉଁଠିକାର ସେ ନେଇ ସର୍ଚ୍ଚ ଅପରେସନ୍ ଚାଲିଛି।

ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଅପରେସନ ଚାଲିଥିବା ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ସେନା ପକ୍ଷରୁ ଜୋରଦାର ଅପରେସନ୍ ଜାରି ରହିଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୧୭୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିମଧ୍ୟରୁ ୫୦ ବିଦେଶୀ ଆତଙ୍କୀ ଥିବା ବେଳେ ଆଉ ୧୨୬ ସ୍ଥାନୀୟ ଆତଙ୍କୀ ଅଛନ୍ତି। ଜମ୍ମୁ କଶ୍ମୀରରେ ବର୍ତ୍ତମାନ ମୋଟ ୧୩୪ ସକ୍ରିୟ ଆତଙ୍କବାଦୀ ଅଛନ୍ତି। ସେଥିମଧ୍ୟରୁ ୮୩ ଜଣ ବିଦେଶୀ ଓ ୫୧ ଜଣ ସ୍ଥାନୀୟ ଆତଙ୍କବାଦୀ ଥିବା ସୂଚନା ରହିଛି।

The post ଏନ୍‌କାଉଣ୍ଟର୍‌ରେ ଟଳିଲେ ୩ ଲସ୍କର ଆତଙ୍କବାଦୀ appeared first on Odisha Reporter.



from Odisha Reporter https://ift.tt/JwD2iFv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages