ଉପନିର୍ବାଚନ: ୫ରାଜ୍ୟର ୬ ବିଧାନସଭା ଓ ୧ ଲୋକସଭା ଆସନ ପାଇଁ ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 4, 2022

ଉପନିର୍ବାଚନ: ୫ରାଜ୍ୟର ୬ ବିଧାନସଭା ଓ ୧ ଲୋକସଭା ଆସନ ପାଇଁ ଭୋଟିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ସିଟ୍ ଓ ୫ ରାଜ୍ୟର ୬ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ଉପନିର୍ବାଚନ। ସକାଳ ୭ଟାରୁ ଏହି ସବୁ ଆସନରେ ଚାଲିଛି ଭୋଟିଂ। ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ମେନପୁରୀ ଆସନ ଖାଲିପଡିଛି। ଏହି ଆସନରେ ବିଜେପି ଓ ସପା ମଧ୍ୟରେ କଡା ଟକ୍କର ଚାଲିଛି।

ଏହା ବ୍ୟତୀତ ୟୁପିରେ ରାମପୁର ସଦର ଏବଂ ଖାତାଉଲି, ଓଡିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାରହର, ବିହାରର କୁଡାନି ଏବଂ ଛତିଶଗଡର ଭାନୁପ୍ରତାପୁର ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଉପ-ନିର୍ବାଚନର ଫଳାଫଳ ଡିସେମ୍ବର ୮ରେ ଆସିବ।

ଉତ୍ତରପ୍ରଦଶେର ରାମପୁର ସଦର ଓ ଖାତାଉଲି ବିଧାନସଭା ସିଟ୍ ଏବଂ ମେନପୁରୀ ଲୋକସଭା ଆସନର ଉପନିର୍ବାଚନରେ ବିଜେପି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ(ଆର୍‌ଏଲ୍‌ଡି) ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଚାଲିଛି।

ବିଏସପି ଏବଂ କଂଗ୍ରେସ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ୟୁପି ଉପ-ନିର୍ବାଚନରେ ୨୪.୪୩ ଲକ୍ଷ ଲୋକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୧୩.୧୪ ଲକ୍ଷ ପୁରୁଷ ଭୋଟର, ୧୧.୨୯ ଲକ୍ଷ ମହିଳା ଭୋଟର ଏବଂ ୧୩୨ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୧,୯୪୫ ମତଦାନ କେନ୍ଦ୍ରରେ ୩,୦୬୨ ମତଦାନ ବୁଥ ସ୍ଥାପନ କରାଯାଇଛି। ଏଥିସହ ଶାନ୍ତିସୁରକ୍ଷାରେ ଭୋଟ ଗ୍ରହଣ ଲାଗି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛିି।

The post ଉପନିର୍ବାଚନ: ୫ରାଜ୍ୟର ୬ ବିଧାନସଭା ଓ ୧ ଲୋକସଭା ଆସନ ପାଇଁ ଭୋଟିଂ appeared first on Odisha Reporter.



from Odisha Reporter https://ift.tt/k8amz1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages