ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ନିର୍ବାଚନ (ଏମସିଡି) ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଭୋଟ ଗଣନା ଆରମ୍ଭ ହୋଇଥିଲା। ପରେ ଇଭିଏମ୍ ଭୋଟ୍ ଗଣନା ଅରମ୍ଭ ହୋଇଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ, ଯମୁନା ବିହାର, ମୟୂର ବିହାର, ନନ୍ଦ ନଗରୀ, ଦ୍ୱାରକା, ଓଖ୍ଲା, ମଙ୍ଗୋଲ୍ପୁରୀ, ପୀତମ୍ପୁରା, ଅଲିପୁର ଏବଂ ମଡେଲ୍ ଟାଉନ୍ ଆଦି ଅଞ୍ଚଳରେ ଏହି ଗଣନା କେନ୍ଦ୍ର ସବୁ ସ୍ଥାପନ କରାଯାଇଛି। ପ୍ରତି ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ସମ୍ପ୍ରତି ଭାରତୀୟ ଜନତା ପାର୍ଟି(ବିଜେପି) ୧୦୩ଟି ୱାର୍ଡରେ ଅଗ୍ରଣୀ ଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ୯୦ ୱାର୍ଡରେ ଆଗୁଆ ରହିଛି।
ସେହିପରି କଂଗ୍ରେସ ୧୦ଟି ୱାର୍ଡରେ ଆଗୁଆ ରହିଛି। ଦିଲ୍ଲୀ ମହାନଗର ନିଗମ ପାଇଁ ୨୫୦ଟି ଆସନରୁ ବିଜୟ ପାଇଁ ୧୨୬ ସଂଖ୍ୟା ଆବଶ୍ୟକ। ଚଳିତ ବର୍ଷ ଏମସିଡି ପୁର୍ନଗଠନ ହେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ ଥିଲା। ୨୦୦୭ରୁ ବିଜେପି ଲଗାତାର ଏମସିଡିକୁ ନିଜ କବ୍ଜାଆ ରଖି ଆସିଛି। ତେବେ ଏକଜିଟ୍ ପୋଲ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଦିଲ୍ଲୀ ମହାନଗର ନିଗମରେ ଏକ ବଡ ବିଜୟ ହାସଲ କରିବ ବୋଲି କୁହାଯାଉ ଥିଲା। ଡିସେମ୍ବର ୪ ରେ ହୋଇଥିବା ନିର୍ବାଚନରେ ୫୦.୪୮ ପ୍ରତିଶତ ମତଦାଦ ହୋଇଛି।
The post ଦିଲ୍ଲୀ ମହାନଗର ନିର୍ବାଚନ: ୧୦୩ ଆସନରେ ବିଜେପି ଆଗୁଆ, ଆପ୍ ୯୦ appeared first on Odisha Reporter.
from Odisha Reporter https://ift.tt/1WnI8Pp
No comments:
Post a Comment