କୋଲକାତା: ଅଡୁଆରେ ଫସିଲେ ବଲିଉଡର ଭେଟେରାନ୍ ଅଭିନେତା ପରେଶ ରାୱଲ। ନିକଟରେ ବଙ୍ଗୀୟମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ତାଙ୍କୁ ଭରି ପଡିଛି। ତାଙ୍କ ବିରୋଧରେ ଅଭିଯୋଗ ପରେ ଏବେ କୋଲକାତା ପୁଲିସ ତାଙ୍କୁ ନୋଟିସ୍ ଜାରି କରିଛି।
ରିପୋର୍ଟ ଅନୁଯାୟୀ କୋଲକାତା ପୁଲିସ ପରେଶ ରାୱଲଙ୍କୁ ସୋମବାର ହାଜର ହେବାକୁ କହିଛନ୍ତି। ପରେଶ ରାୱଲ ଏକ ନିର୍ବାଚନ ରାଲିରେ ବିଜେପି ପାଇଁ ପ୍ରଚାର କରୁଥିବାବେଳେ କହିଥିଲେ ଯେ ଗୁଜୁରାଟର ଲୋକମାନେ ମୂଲ୍ୟ ବୃଦ୍ଧି ବହନ କରିବେ କିନ୍ତୁ ପଡ଼ୋଶୀ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ସହ୍ୟ କରିପାରିବେ ନହିଁ। ଏହି ସମୟରେ ପରେଶ ବଙ୍ଗୀୟମାନଙ୍କ ମାଛ ରାନ୍ଧିବା କଥାକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ।
of course the fish is not the issue AS GUJARATIS DO COOK AND EAT FISH . BUT LET ME CLARIFY BY BENGALI I MEANT ILLEGAL BANGLA DESHI N ROHINGYA. BUT STILL IF I HAVE HURT YOUR FEELINGS AND SENTIMENTS I DO APOLOGISE. https://t.co/MQZ674wTzq
— Paresh Rawal (@SirPareshRawal) December 2, 2022
ପରେଶଙ୍କ ଏହି ମନ୍ତବ୍ୟକୁ ନେଇ ହଙ୍ଗାମା ହୋଇଥିଲା। ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଥିଲା। ଏହାପରେ ଅଭିନେତା କ୍ଷମା ମଧ୍ୟ ମାଗିଥିଲେ। ସେପଟେ ଅଭିନେତା ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହମ୍ମଦ ସଲିମ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ କହିଥିଲେ, ପରେଶ ଜାଣିଶୁଣି ଶତ୍ରୁତାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପରେ ତ୍ରୁଣମୂଳ କଂଗ୍ରେସ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଜଣାଇଛନ୍ତି।
କୋଲକାତା ପୁଲିସ ପରେଶଙ୍କୁ ପଚରାଉଚରା କରିବା ପାଇଁ ଡିସେମ୍ବର ୧୨ ତାରିଖରେ ତଲତଲା ପୁଲିସ ଷ୍ଟେସନରେ ହାଜର ହେବାକୁ କହିଛି। ଅଭିନେତାଙ୍କ ବିରୋଧରେ ପୁଲିସ ଧାରା ୪୧-କ ଜରିଆରେ ନୋଟିସ ଜାରି କରାଯାଇଛି।
The post ଫସିଲେ ପରେଶ ରାୱଲ, ନୋଟିସ୍ ଜାରି appeared first on Odisha Reporter.
from Odisha Reporter https://ift.tt/sjEOoP0
No comments:
Post a Comment