ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 28, 2022

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଦ

ନୂଆଦିଲ୍ଲୀ: ଥାଇଲାଣ୍ଡ ସୀମା କାମ୍ବୋଡ଼ିଆର ହୋଟେଲ କାସିନୋରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଗଟିଛି। ବୁଧବାର ରାତି ୧୧ଟା୩୦ରେ ଗ୍ରାଣ୍ଡ ଡାଇମଣ୍ଡ ସିଟିର ହୋଟେଲ କାସିନୋରେ ଏହି ଅଘଟଣ ଘଟିଛି। ୩୦ ଜଣ ଅହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ନିଆଁ ଭିତରେ ୫୦ରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ପ୍ରାୟସ ଜାରି ରଖିଛି ।

ନିଆଁ ଏତେ ଭୟଙ୍କର ରହିଛି ଯେ, ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ହେଉନାହିଁ । ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଝରକା ପଟେ ଡେଇଁ ପଡ଼ୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରା ଲାଗିଛି।  ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହୋଟେଲ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ ପରେ ଏକ ବଡ଼ ଅଂଶ ଭୁଶୁଡି ପଡିଛି । ହୋଟେଲର ୭୦ ପ୍ରତିଶତ ଜଳିଯାଇଥିବା ଅଗ୍ନିଶମ କର୍ମଚାରୀ କହିଛନ୍ତି । ହୋଟେଲରେ ଫସି ରହିଥିବା ୫୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ୫୦ରୁ ଅଧିକ ଲୋକ ଭିତରେ ଫସି ରହିଛନ୍ତି । ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ସହ ଥାଇଲାଣ୍ଡର ବୈଦେଶିକ ମନ୍ତ୍ରୀ ଯୋଗାଯୋଗରେ ଅଛନ୍ତି। କ୍ଷତିଗସ୍ତ ଳୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି।

The post ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଦ appeared first on Odisha Reporter.



from Odisha Reporter https://ift.tt/BUXfTIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages