ପିଏଫଆଇ ଲିଙ୍କ୍; କେରଳରେ ୫୬ଟି ସ୍ଥାନରେ ରେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 28, 2022

ପିଏଫଆଇ ଲିଙ୍କ୍; କେରଳରେ ୫୬ଟି ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ: ପିଏଫଆଇର ଲିଙ୍କ୍‌ରେ ଆଜି ସକାଳେ କେରଳର ୫୬ଟି ସ୍ଥାନରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପକ୍ଷରୁ  ଚଢ଼ାଉ କରାଯାଇଛି।  ଯେଉଁମାନେ ପିଏଫଆଇ ଲିଙ୍କରେ ଅଛନ୍ତି ସେମାନଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି।

ଯାଞ୍ଚ ଏଜେନ୍ସିର ସୂଚନା ଅନୁସାୟୀ, ଅନ୍ୟ କୌଣସି ନାମରେ ପିଏଫଆଇକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତ ରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ରହିଥିଲା। ସେମାନଙ୍କ ଠାରୁ ଫଣ୍ଡ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଚଢ଼ାଉ କରାଯାଇଥିଲା।

ସେପ୍ଟେମ୍ବର ମାସଠାରୁ ଆଜି ପର୍ଯ୍ୟନ୍ତ ପିଏଫଆଇର ଲିଙ୍କରେ ଏନଆଇଏ କେରଳରେ ୫ଥର ଚଢ଼ାଉ କରିସାରିଛି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ କେରଳରେ ପିଏଫଆଇର ଗଠନ ହୋଇଥିଲା। ୨୦୦୯ରେ ଏହା ଏକ ରାଜନୈତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଗଠନ କରିଥିଲା।

 

The post ପିଏଫଆଇ ଲିଙ୍କ୍; କେରଳରେ ୫୬ଟି ସ୍ଥାନରେ ରେଡ୍‌ appeared first on Odisha Reporter.



from Odisha Reporter https://ift.tt/aC04U8m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages