ଗ୍ୟାଙ୍ଗୱାର୍‌ରେ ବଳି ପଡ଼ିିଲେ ବାପା, ଝିଅକୁ କୋଚିଂ ସେଣ୍ଟରରୁ ଆଣିବା ବେଳେ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 3, 2022

ଗ୍ୟାଙ୍ଗୱାର୍‌ରେ ବଳି ପଡ଼ିିଲେ ବାପା, ଝିଅକୁ କୋଚିଂ ସେଣ୍ଟରରୁ ଆଣିବା ବେଳେ ଗୁଳିମାଡ଼

ଜୟପୁର: ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡ଼ର ଶିକାର ହେଲେ ଜଣେ ନିରୀହ ବ୍ୟକ୍ତି। ଝିଅକୁ କୋଚିଂ ସେଣ୍ଟରରୁ ଆଣିବା ବେଳେ ଗୁଳିମାଡ଼ରେ ଚାଲିଗଲା ତାଙ୍କ ଜୀବନ। ସବୁ କିଛି ଘଟିଗଲା ଆଖି ପିଛୁଳାକେ। ଘଟଣାଟି ଘଟିଛି ରାଜସ୍ଥାନ ଜୟପୁରର ସିକର ସହରରେ।

ରାଜସ୍ଥାନର ସିକରରେ ଗତକାଲି ହୋଇଥିବା ଗ୍ୟାଙ୍ଗୱାର୍‌ରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ରାଜୁ ଠେଠର ମୃତ୍ୟୁ ହୋଇଛି। ତେବେ ଏହି ଗୁଳିମାଡ଼ରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ମଧ୍ୟ ବଳି ପଡ଼ିଛନ୍ତି। ପୁଲିସର ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ହେଲେ ତାରାଚନ୍ଦ କଡ଼ବାସରା। ସେ ଗତକାଲି ଅପରାହ୍ଣ ୪ଟା ବେଳେ ତାଙ୍କ ଝିଅକୁ କୋଚିଂ ସେଣ୍ଟରୁ ଆଣୁଥିଲେ। ଏହି ସମୟରେ ଗ୍ୟାଙ୍ଗୱାର୍ ହୋଇଥିଲା।

୪ ଜଣ ଦୁର୍ବୃତ୍ତ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍ ଘର ଭିତରେ ପ୍ରବେଶ କରୁଥିବା ବେଳେ ତା’ଉପରକୁ ଗୁଳିମାଡ଼ କରିଥିଲେ। ଗୁଳି ରାଜୁ ଦେହରେ ବାଜିବା ସହ ତାରାଚନ୍ଦ ଓ ତାଙ୍କ ସମ୍ପର୍କୀୟଙ୍କ ଦେହରେ ମଧ୍ୟ ବାଜିଥିଲା। ଗୁଳିମାଡ଼ରେ ରାଜୁ ସହ ତାରାଚନ୍ଦଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିସହ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ଗୁଳିମାଡ଼ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି। ରାଜୁର ଭାଇ ଗୁଳିମାଡ଼ ସମୟରେ ଏକ ହଷ୍ଟେଲ୍ ଭିତରକୁ ଦୌଡ଼ି ପଳାଇ ଯିବାରୁ ବର୍ତ୍ତି ଯାଇଛନ୍ତି। ପୁଲିସ ସୂଚନା ମୁତାବକ ରାଜୁ ଦେହରେ ୩ଟି ଗୁଳି ବାଜିଥିଲା। ସେଖାୱାତି ଅଞ୍ଚଳର ଏକ ଗ୍ୟାଙ୍ଗ୍ ସହ ତାର ଝଗଡ଼ା ରହିଥିଲା। ୪ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ରୋହିତ ଗୋଦରା ଏ ଘଟଣା ପାଇଁ ନିଜକୁ ଦାୟୀ କରି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା।

The post ଗ୍ୟାଙ୍ଗୱାର୍‌ରେ ବଳି ପଡ଼ିିଲେ ବାପା, ଝିଅକୁ କୋଚିଂ ସେଣ୍ଟରରୁ ଆଣିବା ବେଳେ ଗୁଳିମାଡ଼ appeared first on Odisha Reporter.



from Odisha Reporter https://ift.tt/lIqG4ey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages