ଭବାନୀପାଟଣା (ରାଜ କୁମାର ସିଂହ ଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଆଜି ସକାଳେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଥିବାରୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୧୬କୁ ଦୁଇ ପାର୍ଶ୍ୱରୁ ସିଲ୍ କରି ଦିଆଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିଚଳାଚଳ ବନ୍ଦ ରହିଛି। ଏହି ଅଞ୍ଚଳରେ ଥିବା ବସ୍ତି ଓ ପଡ଼ା ଗୁଡ଼ିକରେ ଲାଇନ୍ କାଟି ଦିଆଯାଇଛି। ଗ୍ୟାସ ବା ଚୁଲିରେ ନିଆଁ ଲାଗାଇ ରୋଷେଇ କରିବାକୁ ବାରଣ କରାଯାଇଛି।
ଆଜି ସକାଳେ ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଭାବନୀପାଟଣାରୁ ରାୟପୁର ଅଭିମୁଖେ ଯିବାବେଳେ କର୍ଲାପଡ଼ା ରାସ୍ତାର ପାଷ୍ଟିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲପରଙ୍କ କୌଣସି କ୍ଷତି ହୋଇ ନଥିଲା। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବିଶେଷଜ୍ଞ ଟିମକୁ ଖବର ଦିଆଯାଇଛି। ଏହି ଟିମ ଆସିବା ପରେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରାଯିବ ବୋଲି ଜଣାଯାଇଛି। ଜିଲ୍ଲା ପ୍ରଶାସନ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
The post ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ରାସ୍ତା ସିଲ୍ appeared first on Odisha Reporter.
from Odisha Reporter https://ift.tt/o6A5eVq
No comments:
Post a Comment