ନୂଆଦିଲ୍ଲୀ: ପୂରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ଚାଲିଲା ମେସି ମ୍ୟାଜିକ୍। ପେନାଲଟି ସୁଟ ଆଉଟରେ ୪-୨ରେ ବାଜି ମାରିଛି ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।
ନିର୍ଦ୍ଧାରିତ ସମୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।ପରବର୍ତ୍ତୀ ସମୟରେ ୩-୩ ବରାବର ପରେ ସୁଟଆଉଟ୍ରେ ଫଇସଲା ହୋଇଥିଲା। ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଆର୍ଜେଣ୍ଟିନା।
ପ୍ରଥମ ହାଫ୍ରେ ଆର୍ଜେଣ୍ଟିନା ଦମଦାର ପ୍ରଦର୍ଶନ କରିଥିଲା ଆର୍ଜେଣ୍ଟିନା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନାର ଷ୍ଟାର ତାରକା ଲିଓନେଲ୍ ମେସି। ଏହାପରେ ମ୍ୟାଚର ୩୬ତମ ମିନିଟ୍ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ।
ମ୍ୟାଚର ୮୦ ଓ ୮୨ତମ ମିନିଟ୍ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଆସିଯାଇଥିଲା। ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏଥିସହିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି।
ଫିଫା ବିଶ୍ୱକପ୍ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ଟ୍ୱିଟ୍ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚମାନଙ୍କ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ। ପୂରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା। ଭାରତର ଲକ୍ଷ ଲକ୍ଷ ମେସିଙ୍କ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା କହିଛନ୍ତି ମୋଦି। ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି।
ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି।
The post ମେସି ମ୍ୟାଜିକ୍, ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା appeared first on Odisha Reporter.
from Odisha Reporter https://ift.tt/WM17KCT
No comments:
Post a Comment