ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍ ସେନ। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଏହି ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଛି । ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚୀନ୍ର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ବିରୋଧୀ ଏବେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଛବିକୁ ବଞ୍ଚାଇବାକୁ ଯାଇ ଦେଶକୁ ବିପଦରେ ପକାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଓ ଦଳର ମହାସଚିବ ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ୍ କରିଛନ୍ତି। ଏଥିସହ ଏହି ଘଟଣାକୁ ନେଇ ମୋଦି ସରକାରଙ୍କୁ ସେମାନେ ଜବାବ ମାଗିଛନ୍ତି।
ମଲ୍ଲିକାର୍ଜୁନ ଖାଡଗେ ଟ୍ୱିଟ୍ କରି କହିଛନ୍ତି, ପୁଣିଥରେ ଆମ ଭାରତୀୟ ସେନା ଯବାନଙ୍କୁ ଚୀନ୍ମାନେ ଉସ୍କାଇଛନ୍ତି। କିନ୍ତୁ ଆମର ଯବାନମାନେ ସାହସର ମୁକାବିଲା କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆମେ ଦେଶ ସହ ଅଛୁ ଏବଂ ଏହାକୁ ରାଜନୀତିକରଣ କରିବାକୁ ଚାହୁଁନାହୁଁ। କିନ୍ତୁ ମୋଦି ସରକାର ସଚ୍ଚୋଟ ହେବା ଉଚିତ୍।
..about the Chinese transgressions and the construction at all points near the LAC, since April 2020. Govt needs to take the nation into confidence by discussing this issue in Parliament.
We are forever indebted to the valour and sacrifice of our soldiers.
2/2— Mallikarjun Kharge (@kharge) December 12, 2022
ସେପଟେ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଗତ ଦୁଇ ବର୍ଷ ହେଲା ସୀମାରେ ଚୀନ୍ର ବଢ଼ୁଥିବା ଗତିବିଧିକୁ ନେଇ ସରକାରଙ୍କକୁ ବାରମ୍ବାର ନିଦରୁ ଉଠାଇବାକୁ ଚେଷ୍ଟା କରୁଛି। କିନ୍ତୁ ମୋଦି ସରକାର କେବଳ ନିଜ ରାଜନୈତିକ ଛବିକୁ ରକ୍ଷା କରିବା ପାଇଁ ଏହି ମାମଲାକୁ ଚପାଇବାକୁ ଲାଗିଛନ୍ତି। ଏହାଦ୍ୱାରା ଚୀନ୍ର ଦୁଃସାହସ ଆହୁରି ବଢ଼ିବାକୁ ଲାଗିଛି । ଦେଶ ଠାରୁ ବଡ ଆଉ କେହି ନାହିଁ। କିନ୍ତୁ ମୋଦି ଜୀ ନିଜ ଛବିକୁ ରକ୍ଷା କରିବାକୁ ଯାଇ ଦେଶକୁ ବିପଦରେ ପକାଉଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, ଉତ୍ତର ଲଦାଖରେ ଅନୁପ୍ରବେଶକୁ ସ୍ଥାୟୀ କରିବା ପାଇଁ ଚୀନ୍ ଡେପସାଙ୍ଗରେ ଏଲ୍ଏସିର ୧୫ରୁ ୧୮ କିଲୋମିଟର ମଧ୍ୟରେ ୨୦୦ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିସାରିଛି, ଏସବୁ ଜାଣି ମଧ୍ୟ ସରକାର ଚୁପ୍ ରହିଛି। ବର୍ତ୍ତମାନ ଏହା ନୂଆ ଚିନ୍ତାଜନକ ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ, ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ ୯ ତାରିଖ ଆସି ଅରୁଚାଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ। ଚୀନ୍ ସୈନିକମାନେ ଭାରତୀୟ ସେନା ଉପରକୁ ପଥର ମାଡ କରିଥିଲେ। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଉଚିତ ଉତ୍ତର ଦେଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷର ସୈନିକ ସାମାନ୍ୟ ରୂପେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । ସୋମବାର ଦିନ ଏନେଇ ସେନା ପକ୍ଷରୁ ସୂଚନା ମିଳିଛି।
The post ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ: ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ appeared first on Odisha Reporter.
from Odisha Reporter https://ift.tt/Zk0W3Ms
No comments:
Post a Comment