କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ଶିକାରୀ ଗୁଳିରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ପଣ୍ଡିଵାହାଲ ଗାଁ ଖେଳପଡିଆ ନିକଟସ୍ଥ ଜଙ୍ଗଲରେ। ମୃତ ଶିକାରୀ ଜଣଙ୍କ ହେଲେ ସିରିଡି ଗାଁର ରାଜେନ୍ଦ୍ର କିସାନ। ଅଭିଯୁକ୍ତ ଚୁଡ଼ାମଣି ମିର୍ଦ୍ଧାଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ଚୁଡ଼ାମଣି ଓ ରାଜେନ୍ଦ୍ର ସମ୍ପର୍କରେ ସଢୁ ହେବେ।
ଚୁଡ଼ାମଣି,ରାଜେନ୍ଦ୍ର ଓ ତାଙ୍କର ତିନି ସହଯୋଗୀ ରାତିରେ ଜଙ୍ଗଲକୁ ବାରହା ଶିକାର କରିବା ପାଇଁ ଯାଇଥିଲେ। ଚୁଡ଼ାମଣି ବାରହା ଶିକାର କରିବା ପାଇଁ ବନ୍ଧୁକ ଧରି ବସିଥିଲେ। ରାଜେନ୍ଦ୍ର ଓ ଅନ୍ୟ ୩ସହଯୋଗୀ ବାରହାକୁ ଗୋଡ଼ାଉଥିଲେ। କିଟିକିଟି ଅନ୍ଧାର ରାତିରେ ବାରହା ଦୌଡ଼ିଯିବାର ଶବ୍ଦ ଶୁଭିଥିଲା। ଚୁଡ଼ାମଣି ତାକୁ ଶିକାର କରିବା ପାଇଁ ଗୁଳି ଚାଳନା କରିଥିଲେ। ବାରହା ଦେହରେ ଗୁଳିଟି ନ ବାଜି ରାଜେନ୍ଦ୍ରଙ୍କ ଦେହରେ ବିଜିଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଚୁଡ଼ାମଣିଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
The post ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/ygZbwz3
No comments:
Post a Comment