ଭୟଙ୍କର ଭୂସ୍ଖଳନ: ମାଟି ତଳେ ଦବିଗଲା ବସ୍‌, ୩୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 5, 2022

ଭୟଙ୍କର ଭୂସ୍ଖଳନ: ମାଟି ତଳେ ଦବିଗଲା ବସ୍‌, ୩୪ ମୃତ

ନୂଆଦିଲ୍ଲୀ: ହଠାତ୍ ଚାହୁଁ ଚାହୁଁ ପାହାଡ ଉପରୁ ଧସିଆସିଲା ମାଟି। ମାଟି ଅତଡା ତଳେ ପୋତି ହୋଇଗଲା ଯାତ୍ରୀବାହୀ ବସ୍ ସମତେ ଅନେକ ଘର। ଏଭଳି କିଛି ଭୟଙ୍କର ଭୂସ୍ଖଳନ ପୁଣିଥରେ କଲମ୍ବିଆରେ ଘଟିଛି । ଏଥିରେ ପାଖାପଖି ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପ୍ରବଳ ବର୍ଷା ଯୋଗୁଁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି। ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ସେହିପରି ମାଟିତଳେ ଦବି ଯାଇଥିବା ବସ୍ ଭିତରୁ ୯ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ୨୫ଜଣ ଯାତ୍ରୀ ଥିଲେ। ଏହି ସମୟରେ ଭୂସ୍ଖଳନ ହୋଇଥିଲା। ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ସେହିପରି ଭୂସ୍ଖଳନ ଯୋଗୁଁ ଏକ ବାଇକ୍‌ରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି।

ସେପଟେ ଏହି ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଅଗଷ୍ଟରେ ଆରମ୍ଭ ହୋଇଥିବା ବର୍ଷା ହେତୁ କଲମ୍ବିଆ ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପାଗ ଦେଇ ଗତି କରୁଛି ଜ୍ଝ ବର୍ଷା ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଣାରେ ଏପର୍ଯ୍ୟନ୍ତ ୨୭୦ ଜଣଙ୍କର ମୃତ୍ୟୁ ହୋଇଛି।

The post ଭୟଙ୍କର ଭୂସ୍ଖଳନ: ମାଟି ତଳେ ଦବିଗଲା ବସ୍‌, ୩୪ ମୃତ appeared first on Odisha Reporter.



from Odisha Reporter https://ift.tt/RLaBAUW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages