ନୂଆଦିଲ୍ଲୀ: ବାବ୍ରୀ ମସ୍ଜିଦ ବିଧ୍ୱଂସ ଘଟଣାକୁ ନେଇ ପାଖପାଖି ୩ ଦଶନ୍ଦି ବିତିଗଲାଣି। ୧୯୯୨ ଡିସେମ୍ବର ୬ ତଥା ଆଜିର ଦିନରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ତେବେ ଏହି ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୁ ମହାସଭା ମଥୁରାର ଶହି ଇଦ୍ଗାହା ମସଜିଦ ଭିତରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଛି। କେବେଳ ସେତିକି ନୁହେଁ ମସଜିଦ ଭିତରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମଧ୍ୟ କହିଛି।
ହିନ୍ଦୁ ମହାସଭାର ଏହି ଘୋଷଣା ପରେ ଆଗ୍ରା ଏବଂ ମଥୁରା ପ୍ରଶାସନ ସତର୍କ ହୋଇପଡିଛି। ମଥୁରାରେ ଶାହି ଇଦ୍ଗାହ ମସଜିଦ ପରିସରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସମୟରେ ମସଜିଦ ଭିତରକୁ ଜଣେ କାଉଡିଆ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଅଟକାଇଥିବା ଜଣାପଡିଛି।
ଅଖିଲ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଭାପତି ବ୍ରିଜେଶ ଭଦୁରିଆ କହିଛନ୍ତି, ସେ ଅଯୋଧ୍ୟାର ସରୟୁ, କାଶୀ ଏବଂ ସଙ୍ଗମରୁ ପବିତ୍ର ନଦୀରୁ ପାଣି ଆଣିଛନ୍ତି। ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ନିର୍ମିତ ଶାହି ଜାମା ମସଜିଦରେ ସେ ଡିସେମ୍ବର ୬ ତାରିଖରେ ପ୍ରଥମେ ଶୁଦ୍ଧ ଜଳରେ ରୁଦ୍ରବିଷେକ କରିବେ ଏବଂ ପରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ଯଦି ପୁଲିସ ପ୍ରଶାସନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରେ, ତେବେ ସେମାନେ ସେଠାରେ ଆତ୍ମହତ୍ୟା କରିବେ।
ସେପଟେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦିନେଶ କୌଶିକ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଗକୁ ବଢ଼ିବେ। ଯଦି ପ୍ରଶାସନ ତାଙ୍କୁ ଆଗକୁ ଯିବାକୁ ଅନୁମତି ନ ଦିଅନ୍ତି ତେବେ ଯେଉଁସ୍ଥାନରେ ସେ ଅଟକିବେ ସେହି ସ୍ଥାନରେ ହିଁ ହନୁମାନ ଚାଳିଶା ପାଠ କରିବେ। ଯଦି ଏଥିରେ ବି ପ୍ରଶାସନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରେ ତେବେ ସେଠାରେ ସମୂହ ଆତ୍ମହତ୍ୟା କରିବାକୁ ସେ ଚେତାବନୀ ଦେଇଛନ୍ତି। ତେବେ ଏହି ଘୋଷଣା ପରଠାରୁ ତାଙ୍କର ଅନେକ କର୍ମକର୍ତ୍ତାଙ୍କୁ ପୁଲିସ ଗିରଫ କରିଥିବା ହିନ୍ଦୁ ମହାସଭାର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାବି କରିଛନ୍ତି।
ସେପଟେ ହିନ୍ଦୁ ସଙ୍ଗଠନର ଏହି ଘୋଷଣା ପରେ ପୁଲିସ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ହାଇଅଲର୍ଟ ଜାରି କରାଯାଇଛି। ବିନା କୌଣସି ଅନୁମତିରେ ନୂଆ ପରମ୍ପରା କିମ୍ବା ପୂଜା ପାଠକୁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ଘୋଷଣା କରିଛି।
ଅଧିକାରୀଙ୍କ ସୂଚନା ମୁତାବକ, ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୧,୫୦୦ ପୁଲିସ, ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଏବଂ ଶାହି ଜାମା ମସଜିଦ ନିକଟରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସକୁ ଛାଡି ଅନ୍ୟ କୌଣସି ମଧ୍ୟ ବାହାନକୁ ଏହି ରାସ୍ତା ଦେଇ ଯିବାକୁ ବାରଣ କରାଯାଇଛି।
The post ବାବ୍ରୀ ବିଧ୍ୱଂସକୁ ପୂରିଲା ୩୦ ବର୍ଷ, ମସଜିଦ ଭିତରେ ହନୁମାନ ଚାଳିଶା ପାଠ ଘୋଷଣା appeared first on Odisha Reporter.
from Odisha Reporter https://ift.tt/PTZsfIV
No comments:
Post a Comment