ଯୁଦ୍ଧ ଭିତରେ ବାଇଡେନ୍‌ଙ୍କୁ ଭେଟିଲେ ଜେଲନସ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 21, 2022

ଯୁଦ୍ଧ ଭିତରେ ବାଇଡେନ୍‌ଙ୍କୁ ଭେଟିଲେ ଜେଲନସ୍କି

ୱାଶିଂଟନ: ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ହ୍ୱାଇଟ ହାଉସ ପରିସରରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର୍ ଜେଲନସ୍କି। ୩ଶହ ଦିନ ଧରି ବିନା କୌଣସି କାରଣରେ ୟୁକ୍ରେନ୍ ବାସୀଙ୍କ ଉପରେ ରୁଷିଆ ଆକ୍ରମଣ କରିଚାଲିଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଏହାର ଜବାବ ଦେବା ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ। ଏଥିସହ ୟୁକ୍ରେନକୁ ଅଧିକ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ସହ୧.୮ ବିଲିୟନ ଡଲାର ସାମରିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ବାଇଡେନ୍ କହିଛନ୍ତି, ଆମେ ଉଭୟ ସମାନ ଚିନ୍ତାଧାରା ରଖୁଛୁ। ଆମେ ଦୁହେଁ ଯୁଦ୍ଧ ସମାପ୍ତ ହେଉ ବୋଲି ଚାହୁଁଛୁ । ୟୁକ୍ରେନ ଲୋକଙ୍କ ଅଧିକାର ଉପରେ ରୁଷ କ୍ରୁର ହମଲା କରିଛି। ୟୁକ୍ରେନ୍‌ର ନୀରିହ ଲୋକଙ୍କ ଉପରେ ଆକ୍ରମଣ ତାଙ୍କୁ କେବଳ ଭୟଭୀତ କରିବା ଛଡା ଆଉ କିଛି ନୁହେଁ।

ସେପଟେ ୩୦୦ ଦିନ ଧରି ୟୁକ୍ରେନଙ୍କୁ ଧ୍ୱଂସ କରିବାକୁ ରୁଷ ରୀତିମତ ଷଡଯନ୍ତ୍ର କରୁଥିବା ଜେଲନସ୍କି ଅଭିଯୋଗ କରିଛନ୍ତି। ଦୁଇ ନେତାଙ୍କ ଭେଟଘାଟ ପରେ ଜେଲନସ୍କି କହିଛନ୍ତି, ଆଲୋଚନାର ପ୍ରମୁଖ ଫୋକସ ଥିଲା ୟୁକ୍ରେନ୍‌କୁ ମଜଭୁତ କରିବା ଓ ୟୁକ୍ରେନକୁ ଆମେରିକାର ସହାୟତା ପ୍ୟାକେଜ ଯୋଗୁଁ ମୁଁ ଘରକୁ ଫେରିବା ପରେ ମୋତେ ଭଲ ଖବର ମିଳିବ ବୋଲି ଆଶା।

ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜେଲନସ୍କି ଆମେରିକା ଆସିଥିଲେ। ସେ ଆମେରିକାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କୁ ହ୍ୱାଇଟ ହାଉସକୁ ସ୍ୱାଗତ କରିଥିଲେ। ସେହିପରି ଉପ-ରାଷ୍ଟ୍ରପତି କମଲା ହ୍ୟାରିସ ୟୁଏସ୍ କ୍ୟାପିଟାଲରେ କଂଗ୍ରେସର ଏକ ମିଳିତ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଯୋଗ ଦେବେ।

ସପ୍ତାହକ ତଳେ ୟୁକ୍ରେନ୍ ଉପରେ ରୁଷ ସବୁଠାରୁ ବଡ ଧରଣ ଆକ୍ରମଣ କରିଥିଲା। ଗୋଟିଏ ଦିନରେ ୭୦ରୁ ଅଧିକ ମିସାଇଲ ମାଡ କରି ୟୁକ୍ରେନର ପାୱାର ଗ୍ରିଡ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଉଡାଇ ଦେଇଥିଲା ରୁଷ।

The post ଯୁଦ୍ଧ ଭିତରେ ବାଇଡେନ୍‌ଙ୍କୁ ଭେଟିଲେ ଜେଲନସ୍କି appeared first on Odisha Reporter.



from Odisha Reporter https://ift.tt/7pwTFMD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages