ଯେଉଁଠି କେବେ ହାରି ନଥିଲା କଂଗ୍ରେସ, ସେଠି ପଦ୍ମ ଫୁଟାଇଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 9, 2022

ଯେଉଁଠି କେବେ ହାରି ନଥିଲା କଂଗ୍ରେସ, ସେଠି ପଦ୍ମ ଫୁଟାଇଲା ବିଜେପି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଥିବା ବେଳେ ପ୍ରତିଦିନ ନୂଆନୂଆ ତଥ୍ୟ ଆସିବାରେ ଲାଗିଛି। ବିଜେପି ରେକର୍ଡ ୧୫୬ ଆସନ ଜିତିଥିବା ବେଳେ କଂଗ୍ରେସ କେବଳ ୧୭ଟି ଆସନରେ ସୀମିତ ରହିଛି। କଂଗ୍ରେସର ଗଡ଼ ଭାବେ ପରିଚିତ ଏକାଧିକ ନିର୍ବାଚନ ମଣ୍ଡଳୀରେ ବି ବିଜେପି ଏଥର ବିଜୟ ବାନା ଉଡ଼ାଇବାକୁ ମଧ୍ୟ ସକ୍ଷମ ହୋଇଛି।

ଦୀର୍ଘ ବର୍ଷ ହେଲା ଏମିତି କିଛି ଆସନ ଥିଲା ଯେଉଁଠାରେ କଂଗ୍ରେସ କେବେ ବି ହାରି ନଥିଲା। କିନ୍ତୁ ୨୦୨୨ରେ ଏହି ଧାରାରେ ପରିବର୍ତ୍ତନ ହୋଇଛି। ବିଜେପି ପାଇଁ ୨୦୨୨ ନିର୍ବାଚନ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି। ଗୁଜରାଟରେ କଂଗ୍ରେସର ଗଡ଼ ଭାବେ ପରିଚିତ ୧୪ଟି ଆସନରୁ ବିଜେପି ଏଥର ୯ଟିରେ ବାଜିମାତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ୧୪ଟି ଆସନରୁ ବିଜେପି ୯ଟିରେ ଜିତିଥିବା ବେଳେ ଆପ୍‌ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏ ସ୍ଥାନରେ ବାଜିମାତ କରିଛନ୍ତି। କଂଗ୍ରେସ ଖେଡବ୍ରାହମ, ଅଙ୍କଲଭ, ଦାନ୍ତା ଓ ଡାନିଲିମଡାରେ ନିଜ ପାଖରେ ରଖିପାରିଛି। ଏଥିସହ କଂଗ୍ରେସ ବନସଦାରେ ମଧ୍ୟ ନିଜ ସ୍ଥିତି ବଜାୟୀ ରଖିବାକୁ ସକ୍ଷମ ହୋଇଛି।

ଗୁଜରାଟର ଏହି ୧୪ଟି ଆସନ ସବୁବେଳେ କଂଗ୍ରେସ ଖାତାକୁ ଯାଉଥିଲା। ୨୦୦୨ ଗୁଜରାଟ ବିଧାନସଭାରେ ବିଜେପି ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୧୨୭ଟି ଆସନରେ ଜିତିଥିଲା। ସେତେବେଳେ ମଧ୍ୟ ଏହି ୧୪ ଆସନରେ କଂଗ୍ରେସ ବାଜିମାତ କରିଥିଲା। ୧୯୬୭ ପରଠାରୁ କଂଗ୍ରେସ ତା’ର ପାରମ୍ପରିକ ଗଡ଼ ଭାବେ ପରିଚିତ ଆନନ୍ଦ ଜିଲ୍ଲାର ବୋରସାଦ ଓ ଖେଡା ଜିଲ୍ଲା ମାହୁଧାରେ କେବେ ହେଲେ ହାରି ନଥିଲା। ହେଲେ ଏଥର ଏହି ଦୁଇ ଆସନରେ ବିଜେପି ପ୍ରାର୍ଥୀ ରାମ ସୋଲାଙ୍କି ଓ ସଞ୍ଜୟସିଂହ ମାହିଦା ଜିତିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ୨୪ ବର୍ଷ ହେଲା ଏମିତି ୩୧ଟି ଆସନ ରହିଛି, ଯେଉଁଠି ବିଜେପି କେବେ ହେଲେ ହାରି ନଥିଲେ। କିନ୍ତୁ ଏଥର ୨ଟି ସ୍ଥାନରେ ପରିବର୍ତ୍ତନ ହୋଇଛି। ଆପ୍‌ର ଉମେଶଭାଇ ମାକୱାନା ବୋଟାଡ ଆସନରୁ ଜିତିଥିବା ବେଳେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା ପୂର୍ବତନ ବିଜେପି ନେତା ଧର୍ମେନ୍ଦ୍ର ସିଂହ ବାଘେଲ ୱାଘୋଡିଆ ଆସନରୁ ୧୪,୦୦୬ ଖଣ୍ଡ ଭୋଟରେ ଜିତିଛନ୍ତି।

The post ଯେଉଁଠି କେବେ ହାରି ନଥିଲା କଂଗ୍ରେସ, ସେଠି ପଦ୍ମ ଫୁଟାଇଲା ବିଜେପି appeared first on Odisha Reporter.



from Odisha Reporter https://ift.tt/ovAs0tB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages