ବହୁତ ବଡ଼ ଭୁଲ କରିଦେଇଛି, ୟୁ-ଟର୍ଣ୍ଣ ମାରିଲେ ଆପ୍‌ରେ ମିଶିଥିବା କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 9, 2022

ବହୁତ ବଡ଼ ଭୁଲ କରିଦେଇଛି, ୟୁ-ଟର୍ଣ୍ଣ ମାରିଲେ ଆପ୍‌ରେ ମିଶିଥିବା କଂଗ୍ରେସ ନେତା

ନୂଆଦିଲ୍ଲୀ: ଦିନକ ତଳେ ଆପ୍‌ରେ ମିଶିଥିବା ଦିଲ୍ଲୀ କଂଗ୍ରେସ ଉପ ସଭାପତି ଅଲୀ ମେହଦି ୟୁ-ଟର୍ଣ୍ଣ ନେଇଛନ୍ତି। ସେ ରାତି ପ୍ରାୟ ୨ଟା ବେଳେ ଗୋଟିଏ ଭିଡିଓ ଜାରି କରି ପୁଣି କଂଗ୍ରେସରେ ମିଶିଥିବା ସୂଚନା ଦେଇଛନ୍ତି। ଏଥିସହ ଆପ୍‌ରେ ସାମିଲ ହୋଇ ସେ ବହୁତ ବଡ଼ ଭୁଲ କରି ଦେଇଥିବା କହି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏହାବାଦ ସେ ନିଜକୁ ରାହୁଲ ଗାନ୍ଧିଙ୍କ ଜଣେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ କହିଛନ୍ତି।

ଭିଡିଓ ଜାରି ମେହଦି କହିଛନ୍ତି ଆପ୍‌ରେ ମିଶିଥିବା ନବ ନିର୍ବାଚିତ କାଉନସିଲର ସାବିଲା ବେଗମ ଓ ନାଜିଆ ଖାତୁମ ମଧ୍ୟ ପୁଣି କଂଗ୍ରେସକୁ ଫେରିଛନ୍ତି। ରାତି ପ୍ରାୟ ୧.୨୫ ମେହଦି ଜାରି କରିଥିବା ଭିଡିଓରେ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଭିଡିଓ ସେ ରାତି ୨.୦୩ରେ ପୋଷ୍ଟ କରିଛନ୍ତି।

ଭିଡିଓ ଜାରି କରି ସେ କହିଛନ୍ତି ଯେ “ମୁଁ ବହୁ ବଡ଼ ଭୁଲ କରିଦେଇଛି। ମୋ ବାପା ଦୀର୍ଘ ୪୦ ବର୍ଷ ହେଲା କଂଗ୍ରେସରେ ରହିଛନ୍ତି। ମୁଁ ମଧ୍ୟ କଂଗ୍ରେସରେ ରହିଛି। କାଉନସିଲର ନାଜିଆ ଖାତୁନ, କାନସିଲର ସାବିଲା ବେଗମ ଓ ଆମ ବ୍ଲକ ସଭାପତି ଅଲୀମ ଅନସାରୀ ଯିଏ ୩୦୦ ଭୋଟରେ ହାରିଥିଲେ ସେ ମଧ୍ୟ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି। ଆମେ ସମସ୍ତେ କଂଗ୍ରେସରେ ଥିଲୁ, ଅଛୁ ଓ ରହିବୁ। ଆମେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର କାର୍ଯ୍ୟକର୍ତ୍ତା। ରହୁଲ ଗାନ୍ଧି ଜିନ୍ଦାବାଦ।”


ଏହି ଭିଡିଓରେ ମେହଦିଙ୍କ ସହ ଆଉ ୩ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆପ୍‌ ତାଙ୍କୁ ନିଜ ସହ ସାମିଲ ହେବାକୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ମେହଦି ଆପରେ ମିଶିବାରୁ ତାଙ୍କୁ କଂଗ୍ରେସ ନେତାମାନେ ସମାଲୋଚନା କରିଥିଲେ।

ଭାରତୀୟ ଯୁବ କଂଗ୍ରେସର ସୋଶାଲ ମିଡିଆ ଇନଚାର୍ଜ ମନୁ ଜୈନ ସିଧାସଳଖ ମେହଦିଙ୍କୁ ସାପ ବୋଲି କହିବା ସହ ଦଳ ବଦଳ ପାଇଁ ସେ କେତେ ଟଙ୍କା ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ସମାଲୋଚନା ପରେ ମେହଦି ଭିଡିଓ ଜାରି କରି ୟୁ-ଟର୍ଣ୍ଣ ନେଇଛନ୍ତି। ଏଥିସହ ଅନ୍ୟ ଘର ବାହୁଡ଼ା କଂଗ୍ରେସ କାଉନସିଲର ଓ ନେତାମାନଙ୍କୁ ସମାନ ଢଙ୍ଗରେ ଭିଡିଓ ଜାରି କରିବାକୁ କହିଛନ୍ତି।

The post ବହୁତ ବଡ଼ ଭୁଲ କରିଦେଇଛି, ୟୁ-ଟର୍ଣ୍ଣ ମାରିଲେ ଆପ୍‌ରେ ମିଶିଥିବା କଂଗ୍ରେସ ନେତା appeared first on Odisha Reporter.



from Odisha Reporter https://ift.tt/Fd07Vth

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages