ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ସର୍ବେସର୍ବା ସୋନିଆ ଗାନ୍ଧିଙ୍କର ଆଜି ହେଉଛି ଜନ୍ମ ଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଦଳର ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କ ଜନ୍ମଦିନର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି ।’ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଗୁରୁବାର ରାଜସ୍ଥାନରେ ପହଞ୍ଚିଥିବାରୁ ସୋନିଆ ଗାନ୍ଧି ଜନ୍ମଦିନ ପାଳନ ପାଇଁ ଜୟପୁରରେ ପହଞ୍ଚିଥିବା ଜଣାପଡ଼ିଛି।
Birthday greetings to Smt. Sonia Gandhi Ji. Praying for her long and healthy life.
— Narendra Modi (@narendramodi) December 9, 2022
ସୋନିଆ ଗାନ୍ଧି ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି ଏବଂ ଗୁରୁବାର ଅପରାହ୍ନରେ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ହେଲିକପ୍ଟରରେ ସାୱାଇ ମାଧୋପୁର ଅଭିମୁଖେ ଯାତ୍ରା କରିଥିଲେ। ସେ ରଣ୍ଟାମ୍ଭୋରର ଶେରବାଗ ହୋଟେଲରେ ଅଛନ୍ତି। ଯେଉଁଠାରେ ଆଜି ତାଙ୍କ ଜନ୍ମଦିନ ପାଳନ କରାଯିବ ବୋଲି ଦଳର ନେତାମାନେ କହିଛନ୍ତି। କଂଗ୍ରେସରେ ସର୍ବାଧିକ ସମୟ ଧରି ଅଧ୍ୟକ୍ଷ ରହିବାରେ ରେକର୍ଡ଼ କରିଥିବା ସୋନିଆ ୧୯୪୬ ଡିସେମ୍ବର ୯ରେ ଇଟାଲିର ଟୟରିନ୍ରେ ଜନ୍ମ ଗ୍ରହଣ କରିଥିଲେ। ୧୮ ବର୍ଷ ବୟସରେ ୧୯୬୫ରେ ରାଜୀବ ଗାନ୍ଧିଙ୍କ ସହ ସୋନିଆଙ୍କର ସାକ୍ଷାତ ହୋଇଥିଲା। ୯୬୮ରେ ରାଜୀବ-ସୋନିଆଙ୍କ ବିବାହ ହୋଇଥିଲା। ସୋନିଆ ଗାନ୍ଧି ୧୯୯୭ରେ କଂଗ୍ରେସ ଦଳ ସହ ଯୋଡ଼ି ହୋଇଥିଲେ।
୧୯୯୮ରେ ସୋନିଆ ଗାନ୍ଧି ହୋଇଥିଲେ କଂଗ୍ରେସର ଅଧ୍ୟକ୍ଷା। ୧୯୯୯ରେ ସୋନିଆ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହିଁଥିଲେ। ହେଲେ ସେ ବିଦେଶିନୀ ହୋଇଥିବାରୁ ତାଙ୍କୁ ବିରୋଧ କରିଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା ଏବଂ ବିରୋଧୀ। ୧୯୯୯ରେ ସୋନିଆ ଉତ୍ତରପ୍ରଦେଶର ଆମେଥି ଏବଂ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ଆମେଥିରୁ ପ୍ରତିନିଧିତ୍ୱ କରିବାକୁ ଚାହିଁଲେ। ସୋନିଆ ସେତେବେଳେ ବେଲାରୀ ଆସନରେ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କୁ ପରାଜିତ କରିଥିଲେ। ୧୯୯୯ରେ ସେ ବିରୋଧୀ ଦଳ ନେତ୍ରୀ ଭାବେ ଲୋକସଭାରେ ଦାୟିତ୍ୱ ତୁଲାଇ ଥିଲେ। ୨୦୦୪ ଏବଂ ୨୦୦୯ ନିର୍ବାଚନରେ ସୋନିଆ ଗାନ୍ଧିଙ୍କ ପ୍ରଚାରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କ୍ଷମତାକୁ ଆସିଥିଲା। ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ୨୦୦୭ ଅକ୍ଟୋବର ୨ରେ ସୋନିଆ ଜାତିସଂଘରେ ଉଦବୋଧନ ଦେଇଥିଲେ।
The post ସୋନିଆ ଗାନ୍ଧିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି appeared first on Odisha Reporter.
from Odisha Reporter https://ift.tt/VYeiR61
No comments:
Post a Comment