ରାତିରେ ୨ ଥର ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 9, 2022

ରାତିରେ ୨ ଥର ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବରେଲି: କାମନା ନିଆଁର ପରିଣତି କେତେ ଦାରୁଣ ଓ ଭୟଙ୍କର ହୋଇପାରେ ତାର ଏକ ଦୃଷ୍ଟାନ୍ତ  ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଆସିଛି। ରାତିରେ ୨ଥର ଯୌନ ସମ୍ପର୍କ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀ ଘଟାଇଛି ବର୍ବର କାଣ୍ଡ। ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି ସ୍ୱାମୀ। ୩୪ ବର୍ଷୀୟ ସ୍ୱାମୀ ଜଣକ ତାଙ୍କ ୩୦ ବର୍ଷୀୟ ସ୍ତ୍ରୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି। ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସ୍ୱାମୀ ପୁଲିସ ନିକଟରେ ସ୍ୱୀକାର କରିଛି। ନିଜ ଦାବି ଅନୁସାରେ ସ୍ତ୍ରୀ ରାଜି ନହେବାରୁ ସେ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଅନୱାର। ଗତ ସୋମବାର ଅନୱାର ତାଙ୍କ ସ୍ତ୍ରୀଙ୍କୁ ରାତିରେ ସମ୍ଭୋଗ ପାଇଁ ଉଠାଇଥିଲେ। ପ୍ରଥମ ଥର ପରେ ପୁଣି ଥରେ ସମ୍ପର୍କ ସ୍ଥାପନ ପାଇଁ ସେ ତାଙ୍କୁ ବାଧ୍ୟ କରିଥିଲେ। ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା।

ପରେ ଅନୱାର ଉତ୍ତ୍ୟକ୍ତ ହୋଇ ଏକ ଦଉଡ଼ି ଆଣି ତାଙ୍କ ପତ୍ନୀଙ୍କ ବେକରେ ବାନ୍ଧି ତାଙ୍କୁ ହତ୍ୟା କରିଥିଲା । ଏହା ପରେ ମୃତ ଦେହକୁ ପଲିଥିନରେ  ପ୍ୟାକ କରି ଘର ଠାରୁ ୫୦ କିମି ଦୂରରେ ଫୋଫାଡ଼ି ଦେଇଥିଲା। ସେହିଦିନ ଅନୱାର ପୁଲିସ ଷ୍ଟେସନରେ ତାଙ୍କ ସ୍ତ୍ରୀ ନିଖୋଜ ଥିବା ଅଭିଯୋଗ କରିଥିଲେ। ତାଙ୍କ ସ୍ତ୍ରୀ ୯ ବର୍ଷ ହେବ ନିଖୋଜ ଥିବା ଅଭିଯୋଗ କରିଥିଲେ। କିନ୍ତୁ ମଙ୍ଗଳାବାର ପୁଲିସ ଠାକୁରଦ୍ୱାର ରତୁପୁରା ଗ୍ରାମରେ ଜଣେ ଅଜଣା ମହିଳାଙ୍କ ଶବ ଜବତ କରିଥିଲା।  ଠାକୁରଦ୍ୱାର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ମୃତ ଦେହକୁ ଚିହ୍ନଟ ପାଇଁ ଫଟୋ ସେୟାର କରିଥିଲା।  ନିକଟସ୍ଥ ପୁଲିସ ଷ୍ଟେସନକୁ ମଧ୍ୟ ଏହି ଫଟୋ ସିବୁ ଦିଆଯାଇଥିଲା ।

ତେବେ ମୋରଦାବାଦର ଅମରୋହା ପୁଲିସ ଷ୍ଟେସନରେ ମହିଳାଙ୍କ ସ୍ୱାମୀ ଜଣକ ପୂର୍ବରୁ ନିଖୋଜ ଅଭିଯୋଗ କରିଥିଲେ। ମହିଳାଙ୍କ ଫଟୋ ଆସିବା ପରେ ନିଖୋଜ ଅଭିଯୋଗର ତଥ୍ୟ ସହ ମେଳ ଖାଇଥିଲା। ଫଳରେ ପୁଲିସ ସନ୍ଦେହ ହେବାରୁ ଅନୱାରଙ୍କୁ ଗିରଫ କରିଥିଲା। ଜେରା ବେଳେ ଅନୱାର ସବୁ  ସତକଥା ମାନିଥିଲା।  ଅନୱାରଙ୍କ ପତ୍ନୀ ହେଉଛନ୍ତି ରୁଖସର। ଉଭୟେ ୨୦୧୬ରେ ବିବାହ କରିଥିଲେ।  ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।  ଅନ‌ୱାର ବୃତ୍ତିରେ ପାଉଁରୁଟି ବ୍ୟବସାୟୀ।

The post ରାତିରେ ୨ ଥର ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/BiZht6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages