କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଲେ ହାଇକୋର୍ଟ। ଆସନ୍ତା ୫ ତାରିଖ ସୁଦ୍ଧା ଚୌଦ୍ୱାର ଓଟିଏମ୍କୁ ନିଜ ଦଖଲକୁ ନିଅ । ନ ହେଲେ ମାସିକ ୬ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ପଡ଼ିବ ବୋଲି କଡ଼ା ନିର୍ଦ୍ଦେଶନାମା ଦେଇଛନ୍ତି ହାଇକୋର୍ଟ ।
ଓଟିଏମ୍ ମୂଲ୍ୟ ବାବଦକୁ ରାଜ୍ୟ ସରକାର ୧୧୫ କୋଟି ଟଙ୍କା ଜମା କରିଥିଲେ ସୁଦ୍ଧା ଦଖଲକୁ ନେଉଥିବାରୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ ଚେତାବନୀ ଦେଇଛନ୍ତି । ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଡେଡଲାଇନ୍ ଧାର୍ଯ୍ୟ କରାଯାଇଛି । ଏହି ସମୟ ଭିତରେ ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଅଫିସିଆଲ ଲିକ୍ୟୁଡେଟରଙ୍କ ଅଫିସରେ ଉପସ୍ଥିତ ରହି ହସ୍ତାନ୍ତର କାର୍ଯ୍ୟ ଶେଷ କରିବାକୁ କୋର୍ଟ କହିଛନ୍ତି । ବିଭିନ୍ନ ଆଳ ଦେଖାଇ ଓଟିଏମ୍କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।
ରାଜ୍ୟ ସରକାର ଓଟିଏମ୍କୁ ହାତକୁ ନେବା ସହ ସେଠାରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ ହେବ ବୋଲି ହାଇକୋର୍ଟଙ୍କୁ ପୂର୍ବ ଶୁଣାଣିରେ ଅବଗତ କରାଇଥିଲେ। ଏଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଆବଶ୍ୟକ ଅର୍ଥ ପଇଠ କରିଥିଲେ। ଉକ୍ତ ଅର୍ଥକୁ ବ୍ୟାଙ୍କରେ ସ୍ଥାନୀୟ ଜମା ରଖାଯାଇଛି।
ପରବର୍ତ୍ତୀ ସମୟରେ ଏହି ଅର୍ଥ ଓଟିଏମ୍ ଅଂଶୀଦାର ଓ ପୂର୍ବତନ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯିବ । ଅର୍ଥ ପାଇଁ ହକଦାର ବ୍ୟକ୍ତି ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ପୃଥକ ଭାବେ ନିବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କିଏ କେତେ ଟଙ୍କା ପାଇବେ ତାହାର ସେ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।
ହେଲେ ସରକାର ଅର୍ଥ ପଇଠ ସତ୍ତ୍ୱେ ଓଟିଏମ୍କୁ ହାତକୁ ନେଉ ନ ଥିବାରୁ ଶୁକ୍ରବାର ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାଦ୍ୱାରା ଅଫିସିଆଲ ଲିକ୍ୟୁଡେଟରଙ୍କ ଉପରେ ଅଯଥା ଚାପ ପଡ଼ୁଥିବାରୁ ହାଇକୋର୍ଟ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ‘୫ ସୁଦ୍ଧା ଓଟିଏମ୍ ଦଖଲ କର, ନ ହେଲେ ମାସକୁ ତଣ୍ଡ ଦେବ ୬ ଲକ୍ଷ’ appeared first on Odisha Reporter.
from Odisha Reporter https://ift.tt/UkuzwLF
No comments:
Post a Comment