୨୫ ଡିସେମ୍ବର, ରବିବାର: ଅଫିସ୍‌ରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 24, 2022

୨୫ ଡିସେମ୍ବର, ରବିବାର: ଅଫିସ୍‌ରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ

ମେଷ: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଦୂରଯାତ୍ରା କଲେ ହଇରାଣ ହେବାକୁ ପଡ଼ିପାରେ।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିଯିବ। ନୂତନ ଯୋଜନା ଫଳପ୍ରସୂ ହେବ। ନୂତନ ସମ୍ବନ୍ଧ ସୃଷ୍ଟି ହେବ।

ମିଥୁନ:ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ସହନଶୀଳତା ଗୁଣ ଯୋଗୁ ପ୍ରଶଂସିତ ହେବେ। ବ୍ୟବସାୟରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।

କର୍କଟ: ଆୟ ବୃଦ୍ଧି ହେବା ଫଳରେ ବ୍ୟବସାୟରେ ଉତ୍ସାହ ଓ ଉଦ୍ଦୀପନା ବୃଦ୍ଧି ପାଇବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଉଚ୍ଚଆଶା ସଫଳ ହେବ।
ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ।

ସିଂହ: ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଆଶା କରୁଥିବା ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

କନ୍ୟା:ସମାଜ ସେବାରେ ମନ ଦେବେ। ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଧନପ୍ରାପ୍ତି ହେବ।

ତୁଳା: ପ୍ରଶଂସା ମିଳିବ। ପରିବାରରେ ଶାନ୍ତିର ବାତାବରଣ ରହିବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖା ଦେଇପାରେ।

ବିଛା: ସମସ୍ୟାର ସମାଧାନ ହେବ। ଉଚ୍ଚ ଆଶା ରଖି କର୍ତ୍ତବ୍ୟ ପଥରେ ଆଗେଇ ଚାଲିବେ। କାର୍ଯ୍ୟ ସିଦ୍ଧି ହେବ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ।

ଧନୁ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍‌ରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ।  ପରୀକ୍ଷା ଓ ପ୍ରତିଯୋଗିତା ଆଦିରେ ଶୁଭଫଳ ମିଳିବ।

ମକର: ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ମାନସିକ ସ୍ଥିରତା ଦେଖାଦେବ। ରାଜନୀତିରେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ।

କୁମ୍ଭ: ସାଙ୍ଗମାନଙ୍କ ସହଯୋଗରେ ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ। କୌଣସି କାର୍ଯ୍ୟ ପାଇଁ ଜୀବନ ସାଥୀଙ୍କ ପରାମର୍ଶ ନେବେ।
କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ପାରନ୍ତି।

ମୀନ:ଧୈର୍ଯ୍ୟର ସହିତ ପରିସ୍ଥିତିକୁ ସାମ୍ନା କରି ପାରିବେ। ବ୍ୟବସାୟରେ ମନମୁତାବକ ଲାଭ ପାଇବେ। ବାଦବିବାଦ ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

The post ୨୫ ଡିସେମ୍ବର, ରବିବାର: ଅଫିସ୍‌ରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ appeared first on Odisha Reporter.



from Odisha Reporter https://ift.tt/8p2IQNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages