ବିଚ୍ ରାସ୍ତାରେ ବିିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 24, 2022

ବିଚ୍ ରାସ୍ତାରେ ବିିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ପାଟନା: ବିଚ୍ ରାସ୍ତାରେ ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା। ଆଜି ସକାଳୁ ତେଜରାତି ଦୋକାନ ଖୋଲିବାକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଆଖିବୁଜା ଗୁଳିମାଡ କରିଥିଲେ। ବିହାର ହାଜିପୁର ଥାନା ଅଞ୍ଚଳରେ ଥିବା କେଦାର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।

ବିଦ୍ୟୁତ କର୍ମଚାରୀ ଜଣକ ଆଜି ସକାଳୁ ନିଜ ତେଜରାତି ଦୋକାନ ଖୋଲିଥିଲେ। ଏହି ସମୟ ଦୁର୍ବୃତ୍ତ ମାନେ ଗ୍ରାହକ ସାଜି ତାଙ୍କ ଦୋକାନକୁ ଆସିଥିଲେ। ସେମାନେ ସିଗାରେଟ୍ ମାଗିଥିଲେ। ଏହାପରେ ବିଦ୍ୟୁତ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ମୃତକ ଜଣକ ହେଲେ ଅଜୟ ତିୱାରୀ। ସେ ବିହାରର ଦିଗ୍‌ଗି ସବ୍ ଡିଭିଜନାଲ ବିଦ୍ୟୁତ ଅଫିସରେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ, ଅଜୟ ତିୱାରୀ ଦୋକାନ ଖୋଲିବା ପରେ ସେ ପାଖରେ ମର୍ଣ୍ଣିଂ ୱକ୍ କରୁଥିଲେ। ଏହାରି ଭିତରେ ପୂର୍ବରୁ ଷଡଯନ୍ତ୍ର ରଚିଥିବା ଦୁଇ ଅଭିଯୁକ୍ତ ତାଙ୍କ ପାଖକୁ ଆସି ଗୁଳିମାଡ କରିଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି। ଅଜୟ ତିୱାରୀଙ୍କ ଉପରେ ୬ ରାଉଣ୍ଡ ଗୁଳିମାଡ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ମୃତ ବିଦ୍ୟୁତ କର୍ମଚାରୀ ଅଜୟ ତିୱାରୀ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିକଟ ସମ୍ପର୍କୀୟ ମଧ୍ୟ ଥିଲେ। ପୁଲିସ ଖବର ପାଇ ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

The post ବିଚ୍ ରାସ୍ତାରେ ବିିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/tEmxA9i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages