ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନେବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 1, 2023

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନେବା ମନା

ପୁରୀ (ଓଡ଼ିଶା ରିପୋର୍ଟର): ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନରୁ ଅର୍ଥାତ୍ ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି- ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା କରି ମନ୍ଦିରକୁ ପ୍ରବେଶ କରିବେ। ତେବେ ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟଫୋନ ରହିବ।  ଗୋଟିଏ ସ୍ମାର୍ଟ ଫୋନ୍ ଶ୍ରୀମନ୍ଦିର ଗାରଦ ଓ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିବ।

ସେବାୟତ କିମ୍ବା ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ କ୍ୟାମେରା ନଥିବା ମୋବାଇଲ ନେଇ ମନ୍ଦିର ଭିତରକୁ ଯାଇପାରିବେ। ଏହା ଉପରେ କଟକଣା ଲଗାଯାଇନି। ମାତ୍ର ଶ୍ରଦ୍ଧାଳୁଙ୍କ ଉପରେ ପୂର୍ବବତ୍ କଟକଣା ଜାରି ରହିଛି। ସେମାନେ କୌଣସି ପ୍ରକାର ମୋବାଇଲ୍ ଫୋନ୍ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ।

ଅନ୍ୟପକ୍ଷରେ ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ମରିଚିକୋଟ ଛକରୁ ବ୍ୟାରିକେଡ୍‌ରେ ଯାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

The post ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନେବା ମନା appeared first on Odisha Reporter.



from Odisha Reporter https://ift.tt/TQMinlu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages