କରୋନା ତାଣ୍ଡବ ଭିତରେ ନୂଆବର୍ଷ ପାଳିଲା ଚୀନ୍‌, ରୁଣ୍ଡ ହେଲେ ହଜାର ହଜାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 31, 2022

କରୋନା ତାଣ୍ଡବ ଭିତରେ ନୂଆବର୍ଷ ପାଳିଲା ଚୀନ୍‌, ରୁଣ୍ଡ ହେଲେ ହଜାର ହଜାର ଲୋକ

ବେଜିଂ: ମହାମାରୀ କରୋନାରେ ଉବୁଟୁବୁ ହେଉଥିବା ଡ୍ରାଗନ ପାଳିଲା ନୂଆବର୍ଷ। ଭାଇରସ୍‌କୁ ଖାତିର ନକରି ରାସ୍ତାରେ ଉପରେ ଏକାଠି ହେଲେ ହଜାର ହଜାର ଚୀନ୍‌ବାସୀ। ଏକାଠି ହୋଇ ପାଳିଲେ ନୂଆବର୍ଷ। ବେଜିଂ ଠାରୁ ସାଙ୍ଘାଇ ଯାଏଁ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇ ଏକାଠି ହୋଇ ନୂଆବର୍ଷ ପାଳନ କରିଛନ୍ତି।

ଯେଉଁଠି ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ଉହାନରେ ମଧ୍ୟ ଲୋକେ ନୂଆବର୍ଷ ପାଳନ କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ଲୋକେ ଏକାଠି ହୋଇ ଉତ୍ସବରେ ସାମିଲ ହୋଇଛନ୍ତି। ସେହିପରି ଚୀନ୍‌ର ଗୁଆଙ୍ଗଝୋରେ ମଧ୍ୟ ଲୋକେ ଭିଡ ଜମାଇଥିଲେ। ଏଠାକାର ନୈନିଂରେ ନୂଆବର୍ଷ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଚୀନ୍‌ର ସେଣ୍ଟ୍ରାଲ ହୁବେଇ ଅଞ୍ଚଳ, ହେନାନ ପ୍ରାନ୍ତ ଓ ହଂକଂରେ ମଧ୍ୟ ନୂଆବର୍ଷ ପାଳନ ପାଇଁ କରୋନା କଟକଣା ହଟାଯାଇଥିଲା।

ସେପଟେ କରୋନା ମହାମାରୀ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମହାମାରୀ ସହ କଡା ମୁକାବିଲା କରୁଛୁ। ଅଣାୟତ୍ତ ସ୍ଥିତିର ମୁକାବିଲା କରିବା କଷ୍ଟକର। ତେବେ ଏଥିରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ପ୍ରବଳ ବିରୋଧରେ ପରେ ନଭେମ୍ବର ମାସରେ ଚୀନ୍‌ରେ ଜିରୋ କୋଭିଡ ପଲିସି ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସହରରୁ ବ୍ୟାରିକେଡିଂ ହଟାଇ ଦିଆଯାଇଥିଲା। କଟକଣା ହଟିବା ପରେ ଏବେ ଏଠାରେ କରୋନା ତାଣ୍ଡବ ରଚିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି।

ଚୀନ୍‌ରେ ଦୈନିକ ସଂକ୍ରମଣ ୩୭ ଲକ୍ଷ ଟପିଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ୯ ହଜାର ରହିଛି। ଏଭଳି ଜାରି ରହିଲେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ୫ ଲକ୍ଷ ୮୪ ହଜାର ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଏହା ସହିତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୮୬ ଲକ୍ଷ ହେବାର ଆଶଙ୍କା ରହିଛି। ଦେଶରେ ଶହେକୋଟିରୁ ଅଧିକ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି।

The post କରୋନା ତାଣ୍ଡବ ଭିତରେ ନୂଆବର୍ଷ ପାଳିଲା ଚୀନ୍‌, ରୁଣ୍ଡ ହେଲେ ହଜାର ହଜାର ଲୋକ appeared first on Odisha Reporter.



from Odisha Reporter https://ift.tt/DgxzTrY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages