ବୃଦ୍ଧାଙ୍କଠାରୁ ଲୁଟିଲେ ସୁନା, ମାଡ଼ି ବସିଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 15, 2023

ବୃଦ୍ଧାଙ୍କଠାରୁ ଲୁଟିଲେ ସୁନା, ମାଡ଼ି ବସିଲେ ଗ୍ରାମବାସୀ

ରାୟଗଡ଼ା(ମାଉଡି ବାରିକ): ବୃଦ୍ଧାଙ୍କ ନିକଟରୁ ସୁନା ଝାମ୍ପି ଫେରାର ହୋଇଗଲେ ୩ ଯୁବକ । ହେଲେ ଖବର ପାଇ ଆଖପାଖ ଗାଁ ଲୋକେ ଘେରାବନ୍ଦୀ କରିବାରୁ ୩ ଯୁବକଙ୍କ ମଧ୍ୟରୁ ଧରା ପଡ଼ିଗଲେ ଜଣେ। ଆଉ ତାଙ୍କ ପକେଟରୁ ବାହାରିଲା ବୃଦ୍ଧାଙ୍କ ସୁନା ଅଳଙ୍କାର। ଉକ୍ତ ଯୁବକଙ୍କୁ ଗ୍ରାମବାସୀ ପୁଲିସ୍‌ ଜିମା ଦେଇଛନ୍ତି। ଏପରି ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହ ଥାନା ଅନ୍ତର୍ଗତ ଚାଲୁଣିଗୁଡ଼ା ଗାଁରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧା ହେଲେ ୭୨ ବର୍ଷୀୟା ଲାଛି ମିଣିଆକା ।

ଲାଛି ମିଣିଆକା ଗତକାଲି ଗାଁ ନିକଟରେ ଥିବା ନାଳରୁ ଗାଧୋଇ ଏକୁଟିଆ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ଧମକାଇ ସୁନା ଚେନ, କାନଫୁଲ ଓ ନାକଫୁଲ ଲୁଟି ନେଇ ଚମ୍ପଟ ମାରିଥିଲେ।

ବୃଦ୍ଧାଜଣକ ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇବାରୁ ଗ୍ରାମବାସୀ ଆଖପାଖ ଗାଁ ବାସିନ୍ଦାଙ୍କୁ ଖବର ଦେଇଥିଲେ। ସେମାନେ ଉକ୍ତ ୩ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଅଟକାଇଥିବା ବେଳେ ଅନ୍ୟ ଦୁଇ ଯୁବକ ଫେରାର ହେବାରେ ସକ୍ଷମ ହୋଇଥିଲେ।

ଉକ୍ତ ଯୁବକଙ୍କୁ ଚାଲୁଣିଗୁଡ଼ା ଗାଁ ଲୋକେ ଅଟକ ରଖି କଲ୍ୟାଣସିଂହପୁର ଥାନକୁ ଜଣାଇଥିଲେ। ପୁଲିସ୍‌ ୪ ଘଣ୍ଟା ବିଳମ୍ବରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।

The post ବୃଦ୍ଧାଙ୍କଠାରୁ ଲୁଟିଲେ ସୁନା, ମାଡ଼ି ବସିଲେ ଗ୍ରାମବାସୀ appeared first on Odisha Reporter.



from Odisha Reporter https://ift.tt/0543N2o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages