୧.୪ ଡିଗ୍ରୀରେ ଥରିଲା ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 15, 2023

୧.୪ ଡିଗ୍ରୀରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଥରୁଛି ରାଜଧାନୀ। ଘାଇଲା କରିଛି ଅସମ୍ଭାଳ ଜାଡ। ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଚାରିଆଡେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା। ଘରୁ ବାହାରିବା ବି ମୁସ୍‌କିଲ୍। ରାଜଧାନୀରେ ରେକର୍ଡ ଭାଙ୍ଗିଛି ଶୀତ। ଆଜି ଦିଲ୍ଲୀ ସବୁଠୁ ଥଣ୍ଡା ସହର ପାଲଟିଛି। ୧.୪ ଡିଗ୍ରୀ ତଳକୁ ଖସିଛି ପାରଦ। ଯାହା ଚଳିତ ବର୍ଷର ଏଠାରେ ସବୁଠୁ କମ୍ ତାପମାତ୍ରା ବୋଲି ରେକର୍ଡ କରାଯାଇଛି।

ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ଉତ୍ତରପ୍ରଦେଶରେ ଏବଂ ରାଜସ୍ଥାନର କିଛି ଅଞ୍ଚଳରେ କୋହଲା ପବନ ଓ କୁହୁଡି ଯୋଗୁ ସେଠାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଆଜିଠାରୁ ୩ ଦିନ ପାଇଁ ଜାରି ରହିବ ପ୍ରବଳ ଶୀତ। ସୋମବାରରୁ ବୁଧବାର ଭିତରେ ଦିଲ୍ଲୀର ତାପମାତ୍ରା ଆହୁରି ଖସିଯିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଗତ ଜାନୁଆରୀ ୫ରୁ ୯ ତାରିଖ ଯାଏଁ ଦିଲ୍ଲୀରେ ଶୀତ ରେକର୍ଡ ଛୁଇଁଥିଲା। ଦଶନ୍ଧି ଭିତରେ ଦ୍ୱିତୀୟ ଥର ପାଇଁ ଜାନୁଆରୀ ମାସରେ ୫ ଦିନ ଶୀତର ଲହରି ଜାରି ରହିଥିଲ ଜାତୀୟ ରାଜଧାନୀରେ।

ତେବେ ଆଜିଠୁ ପୁଣି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ତାପମାତ୍ରା କମିବ ବୋଲି ଆଶଙ୍କା କରାଯାଉଛି। କିଛି ସ୍ଥାନରେ ପାରଦ ୩ ଡିଗ୍ରୀକୁ ଖସିଯିବ। ଏଥିସହ ଆଗାମୀ ୫ ଦିନ ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ରାତିରେ ଓ ଭୋରୁ ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ଜାନୁଆରୀ ୧୮ରୁ ୨୦ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

The post ୧.୪ ଡିଗ୍ରୀରେ ଥରିଲା ରାଜଧାନୀ appeared first on Odisha Reporter.



from Odisha Reporter https://ift.tt/1tIiaVv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages