ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି, ୧୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 1, 2023

ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି, ୧୦ ଆହତ

ଜୟପୁର: ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍। ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଫଲରେ ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଜସ୍ଥାପର ପାଲିରେ ଘଟିଛି ଏଭଳି କିଛି ରେଳ ଦୁର୍ଘଟଣା।

ସୂଚନା ମୁତାବକ, ଏହି ଟ୍ରେନ୍‌ଟି ବାନ୍ଦ୍ରାରୁ ଯୋଧପୁର ଯାଉଥିଲା। ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଟ୍ରେନ୍‌ର ୮ଟି ସ୍ଲିପର୍ କୋଚ୍ ରେଳ ଧାରଣାରୁ ତଳକୁ ଖସି ଯାଇଛି। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଘଟଣାସ୍ଥଳରେ ଉତ୍ତର-ପଶ୍ଚିମ ରେଳ ବିଭାଗର ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇନାହିଁ। ଉତ୍ତର ପଶ୍ଚିମ ରେଳବାଇର ଉଚ୍ଚସ୍ତରୀୟ ଅଧିକାରୀମାନେ ଜୟପୁରସ୍ଥିତ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଥାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଖୁବ୍‌ ଶୀଘ୍ର ସେମାନେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି ବୋଲି ଉତ୍ତର ପଶ୍ଚିମ ରେଳବାଇର ଅଧିକାରୀ କହିଛନ୍ତି।  

ରାଜସ୍ଥାନରେ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ କେତେଗୁଡ଼ିଏ ଟ୍ରେନ୍‌ର ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ରେଳବାଇ କେତେକ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରିଛି। ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରି ଦିଆଯାଇଛି।

The post ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି, ୧୦ ଆହତ appeared first on Odisha Reporter.



from Odisha Reporter https://ift.tt/b6ZhSAV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages