ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଘଟିଛି ଛାତିଥରା ଘଟଣା। ମହିଳାଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଘୋଷାଡ଼ି ନେଲା ଚଳନ୍ତା କାର। କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗତକାଲି ସକାଳେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଦିଲ୍ଲୀରେ ରହୁଥିବା ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର।
ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍ରେ ଲାଖି ରହିଥିଲା। କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି। ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
ସେପଟେ ମହିଳାଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି। ମହିଳା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ପୁଲିସ। ଅନ୍ୟପଟେ ଘଟଣା ଉପରେ ପୁଲିସକୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ।
दिल्ली के कंझावला में एक लड़की की नग्न अवस्था में लाश मिली, बताया जा रहा है कि कुछ लड़कों ने नशे की हालत में गाड़ी से उसकी स्कूटी को टक्कर मारी और उसे कई किलोमीटर तक घसीटा।
ये मामला बेहद भयानक है, मैं दिल्ली पुलिस को हाज़िरी समन जारी कर रही हूँ। पूरा सच सामने आना चाहिए।— Swati Maliwal (@SwatiJaiHind) January 1, 2023
The post ସ୍କୁଟିକୁ ଧକ୍କା ଦେଇ ଯୁବତୀଙ୍କୁ ୪ କିଲୋମିଟର ଯାଏ ଘୋଷାଡି ନେଲା କାର୍ appeared first on Odisha Reporter.
from Odisha Reporter https://ift.tt/YbHRwKI
No comments:
Post a Comment