ଆବଶ୍ୟକ ସାମଗ୍ରୀ: ବ୍ରେଡ୍, ସିଝା ଆଳୁ (ଅଧା ଚକଟା ହୋଇଥିବା), ଧନିଆ ପତ୍ର, ଲେମ୍ବୁ, ପିଆଜ, ଟମାଟୋ, କ୍ୟାପ୍ସିକମ୍, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବଟର୍ ଏବଂ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ସିଝା ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ଧନିଆ ପତ୍ର, ପିଆଜ,ଲେମ୍ବୁ ରସ, କଟା କ୍ୟାପ୍ସିକମ୍, ଲଙ୍କା ଗୁଣ୍ଡ, ଓ ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଶେଷରେ ଲୁଣ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ।
ତା’ପରେ ବ୍ରେଡକୁ ଚାରକୋଣିଆ କରି କାଟି ଦିଅନ୍ତୁ। ପରେ ତାୱାରେ ବଟର ପକାଇ ଅଳ୍ପ ସମୟ ପାଇଁ ବ୍ରେଡକୁ ଭାଜି ଦିଅନ୍ତୁ। ବ୍ରେଡ୍ ଭାଜି ହେଲା ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ତା’ ଉପରେ ବଟରକୁ ଲଗାଇ ଦିଅନ୍ତୁ। ପରେ ବ୍ରେଡ୍ ଉପରେ କରି ରଖିଥିବା ମସଲାକୁ ଦେଇ ଦିଅନ୍ତୁ।
ପରେ ତାୱାକୁ ଗ୍ୟାସ ଆଞ୍ଚରେ ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ସେଥିରେ ଅଳ୍ପ ବଟର ପକାନ୍ତୁ। ପରେ ମସଲା ଦେଇ ରଖିଥିବା ବ୍ରେଡକୁ ପକାଇ କିଛି ସମୟ ଭାଜନ୍ତୁ। ଏହା ଟିକେ ଫ୍ରାଏ ହୋଇଗଲା ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ୍ ଟୋଷ୍ଟ।
The post ଘରେ ତିଆରି କରନ୍ତୁ ବ୍ରେଡ୍ ଟୋଷ୍ଟ appeared first on Odisha Reporter.
from Odisha Reporter https://ift.tt/NT2MyGO
No comments:
Post a Comment