କୁହୁଡ଼ି ଯୋଗୁ ଦୁର୍ଘଟଣା: ଯାଇଛି ୧୩,୩୭୨ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 11, 2023

କୁହୁଡ଼ି ଯୋଗୁ ଦୁର୍ଘଟଣା: ଯାଇଛି ୧୩,୩୭୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କୁହୁଡ଼ି ଓ ଖରାପ ପାଗ ଯୋଗୁ ଘଟୁଥିବା ସଡ଼କ ଦୁର୍ଘଟଣା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଜୀବନ ନେଉଛି। ଏହିକ୍ରମରେ କୁହୁଡ଼ି ଜନିତ ସଡ଼କ ଦୁର୍ଘଟଣା ଯୋଗୁ ୨୦୨୧ରେ ୧୩,୩୭୨ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୨୫,୩୬୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଗୁରୁତର ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

କୁହୁଡ଼ି ଜନିତ ସଡ଼କ ଦୁର୍ଘଟଣାରେ ଉତ୍ତର ପ୍ରଦେଶରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ୩,୭୮୨ ଜଣଙ୍କ ମୃତ୍ୟୁ ଘଟିଛି। ବିହାରରେ ଏହି ସଂଖ୍ୟା ୧,୮୦୦ ଓ ମଧ୍ୟପ୍ରଦେଶରେ ୧,୨୩୩ ରହିଛି। ଖରାପ ପାଗ ଓ କୁହୁଡ଼ି ଯୋଗୁ ଗୋଆ, ଆଣ୍ଡାମାନ ନିକୋବର ଓ ଲକ୍ଷଦ୍ୱୀପରେ କେହି ବି ୨୦୨୧ରେ ପ୍ରାଣ ହରାଇ ନାହାନ୍ତି।

ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ‘ଭାରତରେ ସଡ଼ ଦୁର୍ଘଟଣା’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ଉତ୍ତର ପ୍ରଦେଶର ଟପ୍‌ ୬ ସହରରେ ସର୍ବାଧିକ କୁହୁଡ଼ି ଜନିତ ସଡ଼କ ଦୁର୍ଘଟଣା ଘଟିଛି ଓ ଲୋକଙ୍କ ଜୀବନ ଯାଇଛି। କାନପୁରରେ ୧୭୩, ଆଗ୍ରାରେ ୧୦୮, ପ୍ରୟାଗରାଜରେ ୯୭, ଗାଜିଆବାଦରେ ୯୧, ଲକ୍ଷ୍ନୌରେ ୬୭ ଓ ବାରାଣସୀରେ ୫୬ ଜଣ ପ୍ରାଣ ହରାଇଛନ୍ତି।

ବିହାରର ପାଟନାରେ ୫୬ ଜଣଙ୍କ ଜୀବନ କୁହୁଡ଼ି ଜନିତ ସଡ଼କ ଦୁର୍ଘଟଣାରେ ଯାଇଛି। ସେହିପରି ଦିଲ୍ଲୀରେ ଏପରି ଦୁର୍ଘଟଣାରେ କେବଳ ୮ ଜଣ ୨୦୨୧ରେ ପ୍ରାଣ ହରାଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ପ୍ରାଥମିକ ତଥ୍ୟ ଅନୁଯାୟୀ ଶୀତ ଦିନ ହିଁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ସର୍ବାଧିକ ସଚେତନା ସୃଷ୍ଟି କରାଯିବା ଦରକାର। କୁହୁଡ଼ି ବେଳେ କେମିତି ସତର୍କ ରହିବାକୁ ଏବେ ସେ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କହିଛି।

The post କୁହୁଡ଼ି ଯୋଗୁ ଦୁର୍ଘଟଣା: ଯାଇଛି ୧୩,୩୭୨ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/MoFrE8R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages