ମନ୍ଦିର ଭିତରେ ଫୁଟିଲା ଗୁଳି। ଜଣେ ବନ୍ଧୁକଧାରୀ ମନ୍ଦିର ଭିତରେ ପଶି ଆଖିବୁଜା ଗୁଳିମାଡ କରିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ୍ର ଜେରୁଜେଲମରେ ଘଟିଛି ଏଭଳି ବଡ ଧରଣର ଗୁଳିକାଣ୍ଡ।
କାର୍ରେ ଆସି ଜଣେ ଆତତାୟୀ ଜେରୁଜେଲମରେ ଥିବା ଏକ ୟହୁଦି ମନ୍ଦିର ଭିତରେ ଅତର୍କିତ ଗୁଳିମାଡ଼ କରିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଆଉ ଦୁଇଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା।
ଖବର ପାଇ ପୁଲିସ ଅଭିଯୁକ୍ତକୁ ଧରିବାକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲା। ପରେ ଗୁଳିମାଡ଼ରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ଏହି ଘଟଣା ପରେ ସ୍ତାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୁଳିମାଡ଼ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁଳିକାଣ୍ଡ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆଇନକୁ ହାତକୁ ନ ନେବା ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି।
ଅନ୍ୟପଟେ ଜେରୁଜେଲମରେ ଆତଙ୍କୀ ହମ୍ଲା ପରେ ଗାଜାରେ ଫିଲିସ୍ତିନୀମାନେ ଉତ୍ସବ ପାଳନ କରିଛନ୍ତି। ପତାକା ଉଡାଇ ବାଣ ଫୁଟାଇ ସେଠାକାର ଲୋକେ ଖୁସି ପାଳନ କରିଛନ୍ତି। ଉଲ୍ଲଖେଯୋଗ୍ୟ, ଜାନୁଆରୀ ୨୬ରେ ଓ୍ୱେଷ୍ଟ ବ୍ୟାଙ୍କର ଏକ ରିଫ୍ୟୁଜି କ୍ୟାମ୍ପ ଉପରେ ଇସ୍ରାଇଲ୍ର ସୁରକ୍ଷାବାହିନୀ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ୯ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0iq3Y5X
No comments:
Post a Comment