ହସ୍ପିଟଲରେ ଲାଗିଲା ନିଆଁ। ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଗଲେ ୫ ଜଣ। ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଛାଡଖଣ୍ଡର ଧାନବାଦରେ ଥିବା ହାଜରା ହସ୍ପିଟାଲରେ।
ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ନିଆଁ ଲାଗି ଡାକ୍ତର ଦମ୍ପତିଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ବିକାଶ ହାଜରା ଓ ପ୍ରେମା ହାଜରା। ଅନ୍ୟ ମୃତକଙ୍କ ମଧ୍ୟରେ ଡାକ୍ତର ଦମ୍ପତିଙ୍କ ପୁତୁରା, ଜଣେ ସମ୍ପର୍କୀୟ ଓ ଘରୋଇ ସାହାୟକ ଅଛନ୍ତି। ଏନେଇ ଧାନବାଦ ଡିଏସ୍ପି ସୂଚନା ଦେଇଛନ୍ତି।
ପୁଲିସ କହିବା ମୁତାବକ, ସର୍ଟସର୍କିଟ୍ ଯୋଗୁ ବିଳମ୍ବିତ ରାତିରେ ରେସିଡେନ୍ସିଆଲ୍ ଅଞ୍ଚଳର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ହସ୍ପିଟାଲରେ ପ୍ରଥମ ମହଲା ଯାଏଁ ବ୍ୟପି ଯାଇଥିଲା। ଏଥିଲାଗି ଅନେକ ଲୋକେ ପ୍ରଭାବିତ ହୋଇଥିଲେ। ନିଆଁ ଲାଗିବା ବେଳେ ଅଧିକାଂଶ ଲୋକ ନିଦରେ ଶୋଇଥିଲେ। ନିଆଁ ଲିଭାଇବା ପାଇଁ ବାଥରୁମରୁ ପାଣି ବ୍ୟବହାର କରାଯାଇଥିଲା କିନ୍ତୁ ଏହା ଏତେ ଭୟଙ୍କର ଥିଲା ଯେ ରୁମ୍ ଭିତରେ ଥିବା ଲୋକଙ୍କ ଜୀବନ ବଞ୍ଚାଇବା ମୁସକିଲ୍ ହୋଇପଡିଥିଲା।
ସେପଟେ ସୂଚନା ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାୟ ୯ ଜଣଙ୍କୁ ଉଦ୍ଧାର କରି ପାଟଳିପୁତ୍ର ନର୍ସିଂହୋମ୍ରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ କହିବା ମୁତାବକ, ସୁରକ୍ଷାରେ ବ୍ୟାପକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ନିଆଁ ଲିଭାଇବା ପାଇଁ ହସ୍ପିଟାଲରେ ଭିତରେ କୌଣସି ସେଭଳି ବ୍ୟବସ୍ଥା ନାହିଁ। ଏଠାରେ ଆଣ୍ଟି ଫାୟାର ମେସିନ ମଧ୍ୟ ସକ୍ରିୟ ନାହିଁ।
#WATCH | Jharkhand: Five people, including a doctor and his wife, died in a fire in the residential complex of a hospital in Dhanbad. pic.twitter.com/pVEmV7Z5MW
— ANI (@ANI) January 28, 2023
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/H7FcqvX
No comments:
Post a Comment