ଆଜି ହକି ବିଶ୍ୱକପ୍‌ ଫାଇନାଲ୍‌, ମୁହାଁମୁହିଁ ହେବେ ଜର୍ମାନୀ-ବେଲଜିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 28, 2023

ଆଜି ହକି ବିଶ୍ୱକପ୍‌ ଫାଇନାଲ୍‌, ମୁହାଁମୁହିଁ ହେବେ ଜର୍ମାନୀ-ବେଲଜିୟମ

ବିଶ୍ୱକପ୍‌ ହକିରେ ଆଜି ସୁପର ଶୋ'। ଫାଇନାଲ୍‌ ମ୍ୟାଚ୍‌ରେ କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦଶାହ। ବିଶ୍ୱକପ୍‌ ତାଜ ପାଇଁ ସାମ୍ନାସାମ୍ନି ହେବେ ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ। ୨୦୧୮ର ବିଶ୍ୱ ଚାମ୍ପିୟନ ବେଲଜିୟମ ଲଗାତାର ଦିତୀୟ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବ।

ବେଲଜିୟମ ଟାଇଟଲ ବଜାୟ ରଖିବାକୁ କରିବ ଜୋରଦାର୍‌ କସରତ କରିବ। ସେପଟେ ଜର୍ମାନୀ ବିଶ୍ୱକପରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳିବ। ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍‌ରେ ସନ୍ତୁଷ୍ଟ ଥିଲା। ଏବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳିବ ଜର୍ମାନୀ। ଏଥିପାଇଁ ଏହି ସୁଯୋଗକୁ ଜର୍ମାନୀ ହାତଛଡା କରିବନି। ନୂଆ ରଣନୀତି କରି ପଡିଆକୁ ସେ ଓହ୍ଲାଇବ।

ଗ୍ରାଣ୍ଡ ଫାଇନାଲରେ ଜର୍ମାନୀ ଡ୍ରାଗ ଫ୍ଲିକର ଗଞ୍ଜାଲୋ ପେଲେଟ ବନାମ ବେଲଜିୟମ ଡ୍ରାଗ ଫ୍ଲିକର୍ ଟମ୍ ବୁନଙ୍କ ଦମ ଦେଖିବାକୁ ପଡ଼ିବ। ଓ୍ୱେଲନ୍‌ସ ନିକୋଲସ ୬ଟି ମ୍ୟାଚ୍‌ରେ ୬ଟି ଗୋଲ ସ୍କୋର କରିଥିବା ବେଳେ ଗଞ୍ଜାଲୋ ୫ଟି ଗୋଲ ସ୍କୋର କରିଛନ୍ତି। କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଶେଷ କ୍ୱାର୍ଟରରେ ପରାସ୍ତ କରିବା ପରେ ଜର୍ମାନୀର ମନୋବଳ ବଢିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇ ମଧ୍ୟରେ ଜର୍ମାନୀ ୧୩ ଟି ମ୍ୟାଚ୍ ଜିତିଥିବା ବେଳେ ବେଲଜିୟମ ୧୫ ଟି ମ୍ୟାଚ୍ ଜିତିଛି ଓ ୭ଟି ମ୍ୟାଚ୍ ଡ୍ର ରହିଛି।

ସେପଟେ ତୃତୀୟ ସ୍ଥାନ ପାଇ ଗତ ବିଶ୍ୱକପ୍‌ରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ଥିବା ଅଷ୍ଟ୍ରେଲିଆ ସହ ଦ୍ୱିତୀୟ ସ୍ଥାନରେ ଥିବା ନେଦରଲ୍ୟାଣ୍ଡସ୍‌ର ଲଢେଇ ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cu2PHxI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages