ମେଷ: ହାତକୁ ନେଇଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ରାସ୍ତାଘାଟରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ବୃଷ: ସାହିତ୍ୟ ଓ କଳା କ୍ଷେତ୍ରରେ ପ୍ରଶଂସିତ ହେବେ। ମାନସିକ ଶାନ୍ତି ମିଳିବ। ପାରିବାରିକ ଅଶାନ୍ତି ଦୂର ହେବ। ଅଯଥା ତରତର ନ ହୋଇ ଧୈର୍ଯ୍ୟର ସହିତ କାମ କରନ୍ତୁ।
ମିଥୁନ: ଶତ୍ରୁମାନେ ଦୂରେଇ ଯିବେ। ମାନସମ୍ମାନ ବଢ଼ିବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବା ସହ ଋଣ ଭରଣାରେ ସହଜ ହେବ। ବ୍ୟବସାୟୀମାନେ କାରବାରରୁ ପ୍ରଚୁର ଲାଭ ପାଇବେ।
କର୍କଟ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଜନସେବାରେ ମନ ଦେବେ। ବ୍ୟବସାୟରେ ଉନ୍ନତି ଫଳରେ ଭଲ ଅର୍ଥ ମିଳିବ।
ସିଂହ: ସମାଜରେ ପ୍ରତିଷ୍ଠା ବଢ଼ିବ। ପରିବାରରୁ ଅପ୍ରୀତିକର ସ୍ଥିତି ଦୂରେଇ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ, ସୁଫଳ ମିଳିବ।
କନ୍ୟା: ସତ୍ସଙ୍ଗ ଓ ଧର୍ମଚର୍ଚ୍ଚାରେ ମନ ଦେବେ। ଜନ କଲ୍ୟାଣ କାର୍ଯ୍ୟ ଇଚ୍ଛାନୁସାରେ ସମ୍ପନ୍ନ କରିବେ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।
ତୁଳା: ଦିନଟି ଭଲରେ କଟିବ। କୌଣସି କାର୍ଯ୍ୟରେ ବାଧା ଉପୁଜିବ ନାହିଁ। ଆୟ ବଢ଼ିବ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟ ସମ୍ପନ୍ନ କରିବେ।
ବିଚ୍ଛା: ସମସ୍ତ ସମସ୍ୟାର ସମାଧାନର ଆଶା ଉଜ୍ଜ୍ୱଳ ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି ପ୍ରଶଂସିତ ହେବେ।
ଧନୁ: ଆୟର ନୂଆ ଉତ୍ସ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଥିଲେ, ତା’ର ସମାଧାନ ହୋଇଯିବ। ଅଧ୍ୟୟନ ଓ ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ।
ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଚିନ୍ତା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଯୋଜନା ମୁତାବକ କାର୍ଯ୍ୟ କଲେ ସଫଳତା ମିଳିବ।
କୁମ୍ଭ: ପ୍ରଶଂସିତ ହେବେ। ଧନପ୍ରାପ୍ତି ଯୋଗ ରହିଛି। ଜାଗା, ଜମି ଓ ଦାମୀ ଗାଡ଼ି କ୍ରୟ କରି ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।
ମୀନ: କୌଣସି ବନ୍ଧୁ ବା ନିକଟ ସମ୍ପର୍କୀୟ ଆର୍ଥିକ ସାହାଯ୍ୟ କରିବେ। ବ୍ୟବସାୟୀ ମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ଭାରସାମ୍ୟ ରକ୍ଷାକରି ଜଟିଳ ପରିସ୍ଥିତିକୁ ନିଜ ତରଫକୁ ନେଇ ପ୍ରଶଂସା ପାଇବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YBRGuNX
No comments:
Post a Comment