କଂଗ୍ରେସ ତରଫରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ଶୁକ୍ରବାର ସାମିଲ ହୋଇଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ବର୍ତ୍ତମାନ ଜମ୍ମୁ-କଶ୍ମୀରର ବାନିହାଲରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ ଚାଲିଛନ୍ତ ଓମାର। ବାନିହାଲରେ ପ୍ରବଳ ଥଣ୍ଡା ପଡ଼ିଥିବା ବେଳେ ଝିପଝିପ ବର୍ଷା ମଧ୍ୟ ହେଉଛି। ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ଭଳି ଓମାର ଅବଦୁଲ୍ଲା ମଧ୍ୟ କେବଳ ଖଣ୍ଡେ ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, “ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧିଙ୍କ ଛବିକୁ ସୁଧାରିବା ପାଇଁ ନୁହେଁ ବରଂ ଦେଶର ସ୍ଥିତିରେ ସୁଧାର ଆଣିବାକୁ କରାଯାଉଛି। ମୁଁ ଦେଶର ଛବି ସୁଧାରିବାକୁ ଚାହୁଁଛି। ମୁଁ ଏଠାକୁ କୌଣସି ବ୍ୟକ୍ତିବିଶେଷଙ୍କ ଛବିକୁ ବଦଳାଇବାକୁ ଆସିନି। ଦେଶର ଛବି ବଦଳୁ ବୋଲି ଆଶା ରଖି ଆସିଛି। ଦେଶରେ ବଢ଼ୁଥିବା ସାଂପ୍ରଦାୟିକ ବିବାଦ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଚିନ୍ତିତ ହୋଇ ରାହୁଲ ଗାନ୍ଧି ପଦଯାତ୍ରା କରୁଛନ୍ତି।
ବର୍ତ୍ତମାନ କ୍ଷମତାରେ ଥିବା ସରକାର ଆରବ ଦେଶ ସହ ବନ୍ଧୁତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଦେଶର ସର୍ବବୃହତ୍ତ ସଂଖ୍ୟାଲଘୁ ସଂପ୍ରଦାୟର କୌଣସି ସଦସ୍ୟ ସରକାରରେ ନାହାନ୍ତି। ମୁସଲିମ ସଂପ୍ରଦାୟର ଜଣେ ହେଲି ବି ସାଂସଦ ଶାସକ ଦଳ ପାଖରେ ନାହାନ୍ତି। ସ୍ୱାଧୀନତା ପରେ ଏହା ପ୍ରଥମ ଘଟଣା। ଏଥିରୁ ସେମାନଙ୍କ ମାନସିକତା ବେଶ ସ୍ପଷ୍ଟ ହେଉଛି।”
ଧାରା ୩୭୦ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ଓମାର କହିଛନ୍ତି, “ଆମେ କୋର୍ଟରେ ଧାରା ୩୭୦ ପୁନଃ ଲାଗୁ କରିବା ପାଇଁ ଲଢ଼େଇ କରିବୁ। ଏ ସଂକ୍ରାନ୍ତ ପିଟିସନର ଶୁଣାଣି ପାଇଁ ସରକାର ଯେମିତି ସମୟ ଗଡ଼ାଇ ଚାଲୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ଆମ ଦାବିରେ ଦମ ଅଛି।”
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Dnhlw1K
No comments:
Post a Comment