ଖାଇକୁ ଖସିଲା ବସ୍‌, ୩୯ ଯାତ୍ରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 29, 2023

ଖାଇକୁ ଖସିଲା ବସ୍‌, ୩୯ ଯାତ୍ରୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୩୯ ଯାତ୍ରୀ। ପାକିସ୍ତାନର ବଲୁଚିସ୍ତାନରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ଡନ୍‌ ନ୍ୟୁଜ୍‌ର ରିପୋର୍ଟ ମୁତାବକ, ବଲୁଚିସ୍ତାନର ଲାସେବଲାରେ ଯାତ୍ରୀବାହୀ ବସ୍‌ଟି ଖାଇକୁ ଖସିପଡିଛି। ଏଥିରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବସ୍‌ରେ ମୋଟ ୪୮ ଯାତ୍ରୀ ଥିଲେ। ବସ୍‌ଟି କ୍ୱେଟାରୁ କରାଚି ଯାଉଥିଲା। ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ଲାସେବଲା ନିକଟରେ ୟୁ-ଟର୍ଣ୍ଣ ନେବାବେଳେ ନିୟନ୍ତ୍ରଣ ହରାଇ ଏକ ଖୁଣ୍ଟରେ ବାଡେଇ ହୋଇଥିଲା। ଏହାପରେ ଖାଇକୁ ଖସି ପଡିଥିଲା। ବସ୍‌ଟି ଖସିବା ପରେ ଏଥିରେ ନିଆଁ ଲାଗିଯାଇଥିବା ମଧ୍ୟ କୁହାଯାଉଛି।

ପୁଲିସ ସୂଚନା ଅନୁସାରେ, ଦୁର୍ଘଟଣା ପରେ ବସ୍‌ ଭିତରୁ ଜଣେ ଛୋଟ ପିଲା ଓ ମହିଳାଙ୍କ ସମେତ ତିନି ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଆହତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି। ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ମୃତଦେହ ଜବତ କରି ହସ୍ପିଟାକୁ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ବିପର୍ଯ୍ୟସ୍ତ ରାଜପଥ, ଢ଼ିଲା ସୁରକ୍ଷା ବ୍ୟବସ୍ଥା ଏବଂ ବେପରୁଆ ଡ୍ରାଇଭିଂ ଯୋଗୁ ଦିନକୁ ଦିନ ପାକିସ୍ତାନରେ ସଡକ ଦୁର୍ଘଟଣା ରେକର୍ଡ ସଂଖ୍ୟାରେ ବଢ଼ିବାରେ ଲାଗିଛି। ଯାତ୍ରୀବାହୀ ବସ୍ ଗୁଡିକ ପ୍ରାୟତଃ ଓଭର ଲୋଡେଲ୍‌ ହୋଇଥାନ୍ତି ଏବଂ ସିଟ୍ ବେଲ୍ଟଗୁଡିକ ସାଧାରଣତଃ ଲଗାଇ ନଥାନ୍ତି ଯାତ୍ରୀ। ଫଳରେ ଦୁର୍ଘଟଣା ପରେ ଅଧିକ ସଂଖ୍ୟକ ଯାତ୍ରୀଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ୨୦୧୮ରେ ପାକିସ୍ତାନ ରାସ୍ତାରେ ଦୁର୍ଘଟଣାରେ ୨୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZbqrMIO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages