ଦୁଇଟି ହାତୀ ଦାନ୍ତ ଜବତ, ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 28, 2023

ଦୁଇଟି ହାତୀ ଦାନ୍ତ ଜବତ, ୪ ଗିରଫ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବିଶୋଇ ପୁଲିସ୍ ସହାୟତାରେ ବନ ବିଭାଗ ଅଧିକାରୀମାନେ ରୁଗୁଡ଼ିହି, ମାଟିଆଣି ଓ ତଳକବାଦି ଆଦି ଗାଁରେ ଚଢ଼ାଉ କରିଥିଲେ। ରୁଗୁଡ଼ିହି ଓ ତଳକବାଦିରୁ ଦୁଇଟି ହାତୀ ଦାନ୍ତ ମିଳିଥିବା ବେଳେ ମୋଟ ୪ ଜଣଙ୍କୁ ବନ ବିଭାଗ ଧରିଥିଲା। ଗୋଟିଏ ହାତୀ ଦାନ୍ତ ନଡ଼ା ଗଦାରୁ ମିଳିଥିବା ବେଳେ ଆଉ ଗୋଟିଏ ମାଟି ତଳୁ ମିଳିଥିଲା। ଦାନ୍ତ ଦୁଇଟିର ଓଜନ ୩୫ରୁ ୪୦ କେଜି ହେବ ବୋଲି ଜଣାପଡ଼ିଛି।

ଗତ ୨୧ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଜବତ ହୋଇଥିବା ବେଳେ ତା’ର ଦାନ୍ତ ଦୁଇଟି ନିଖୋଜ ଥିଲା। ଆଜି ଜବତ ହୋଇଥିବା ଦାନ୍ତ ଦୁଇଟି ହାତୀର ନାଁ ନୁହେଁ, ତାହା ଜଣାପଡ଼ି ନାହିଁ।

ଉତ୍ତର ଶିମିଳିପାଳ ଅଭୟାରଣ୍ୟ ଉପ-ନିର୍ଦ୍ଦେଶକ ସାଇ କିରଣ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଜବତ ହୋଇଥିବା ଦୁଇଟି ଦାନ୍ତ ତାଳବନ୍ଧ ରେଞ୍ଜରୁ ମିଳିଥିବା ମୃତ ହାତୀର ନା ନୁହେଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZU2fTb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages