ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ିଗଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 8, 2023

ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ିଗଲା ହାତୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ । ହେଲେ ତାର ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ । ସମ୍ବଲପୁର ସଦର ରେଞ୍ଜରୁ ଗତକାଲି ଏକ ହାତୀର ମୃତଦେହ ଠାବ ହେବା ପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ ।

ସଦର ରେଞ୍ଜ ଭୀମଖୋଜ ଜଙ୍ଗଲରୁ ହାତୀର ମୃତହାତୀଟି ଠାବ ହୋଇଛି । ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଜଣାପଡ଼ିଛି । ତେବେ କୌଣସି ଦୁର୍ଘଟଣାବଶତଃ ନୁହେଁ, ବରଂ ୧୧ କେଭି ତାରକୁ ବାରହା ଶିକାର ପାଇଁ ବିଛା ଯାଇଥିବା ଆଶଙ୍କା କରାଯାଉଛି ।

ବିଦ୍ୟୁତ୍‌ ତାର ବିଛାଇବା ଅଭିଯୋଗରେ ଖଇରମାଳ ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ । ଗତ ୬ ତାରିଖରୁ ହାତୀକୁ ଟ୍ରାକ୍ କରୁଥିଲେ ମଧ୍ୟ, ବନବିଭାଗ କର୍ମଚାରୀ ତାର ଖୋଜଖବର ପାଉନଥିଲେ ।

ଡିଏଫ୍ଓଙ୍କ ସୂଚନା ଅନୁସାରେ,  ଗତ ୬ ତାରିଖରେ ଅଭିଯୁକ୍ତମାନେ ବାରହା ଶିକାର କରିବାକୁ ବିଦ୍ୟୁତ୍‌ ତାରର ଫାଶ ବିଛାଇଥିଲେ । ହେଲେ ହାତୀଟି ତାର ସଂସ୍ପର୍ଶରେ ଆସିଯାଇଥିଲା । RCCF, DFO, ACF ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ ହୋଇଛି।   ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଏଫଓ ।

The post ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ିଗଲା ହାତୀ appeared first on Odisha Reporter.



from Odisha Reporter https://ift.tt/Dt9KNvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages