ପୁରୀ ରେଳଷ୍ଟେସନରେ ଅସମ୍ଭାଳ ଭିଡ, ତଳେ ପଡ଼ି ଆଖି ବୁଜିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 8, 2023

ପୁରୀ ରେଳଷ୍ଟେସନରେ ଅସମ୍ଭାଳ ଭିଡ, ତଳେ ପଡ଼ି ଆଖି ବୁଜିଲେ ମହିଳା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରେଳଷ୍ଟେସନରେ ଗତକାଲି ଅସମ୍ଭାଳ ଭିଡ ଥିବା ବେଳେ ଘଟିଛି ଅଘଟଣ । ନିଜ ଝିଅ ଘରକୁ ଯିବାକୁ ଆସିଥିବା ଜଣେ ମହିଳା କିନ୍ତୁ  ଷ୍ଟେଶନରେ ହିଁ ଆଖି ବୁଜିଲେ। ଅସମ୍ଭାଳ ଭିଡ଼ ଭିତରେ ମହିଳାଜଣକ ତଳେ ପଡ଼ି ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ମୃତ ମହିଳାଜଣକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ ବୋଲି ଜଣାଯାଇଛି।

ଗତକାଲି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଉତ୍ସବ ଥିବା ବେଳେ ହଜାର ହଜାର ଭକ୍ତ ପୁରୀ ଆସିଥିଲେ।  ଏଥିନିମନ୍ତେ ପୁରୀ  ରେଳଷ୍ଟେସନରେ ଅତ୍ୟଧିକ ଭିଡ ଲାଗିରହିଥିବା ବେଳେ ପ୍ରାୟ ୮ରୁ ୧୦ ହଜାର ଯାତ୍ରୀ ଷ୍ଟେଶନରେ ଉପସ୍ଥିତ ଥିଲେ।  ଏହି ସମୟରେ କୁନିମଣି ନାୟକ ନିଜର ଜଣେ ସମ୍ପର୍କୀୟଙ୍କ ସହ ଷ୍ଟେଶନକୁ ଯାଇଥିଲେ। ସେ ପୁରୀ-ଦୁର୍ଗ ଟ୍ରେନରେ ସମ୍ବଲପୁରରେ ଥିବା ନିଜ ଝିଅ ଘରକୁ ଯିବାକୁ ଷ୍ଟେଶନକୁ ଆସିଥିଲେ।

ମାତ୍ର ଅସମ୍ଭାଳ ଭିଡ଼ ଭିତରେ ସେ ତଳେ ପଡ଼ି ଯାଇଥିବା ବେଳେ ଆଉ ଉଠି ପାରି ନ ଥିଲେ। ସେଠାରେ ଉପସ୍ଥିତ ଜିଆରପି କର୍ମୀ ଓ ଅନ୍ୟମାନେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୁରୀ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।

The post ପୁରୀ ରେଳଷ୍ଟେସନରେ ଅସମ୍ଭାଳ ଭିଡ, ତଳେ ପଡ଼ି ଆଖି ବୁଜିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/xfjbcTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages