ଲକ୍ଷ୍ନୌ: ଭିନ୍ନ ରୂପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କର ଏହି ନୂଆ ରୂପକୁ ଦେଖି ଏବେ ସମସ୍ତେ ଚକିତ ହୋଇପଡିଛନ୍ତି। ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି ଯୋଗୀଙ୍କ ଏହି ଭିଡିଓ। ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓକୁ ଚାରିଆଡୁ ପ୍ରଶଂସା ମିଳିଛି। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଫ୍ୟାନ୍ ପାଲଟି ଯାଇଛନ୍ତି।
ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାକୁ ଆସିଥିବା ଭିଡିଓରେ ସେ ଏକ ବିଲେଇ ସହ କଥା ହେଉଥିବା ଦେଖିବାକୁ ମିଳିଛି। ସୋଫା ଉପରେ ବସିଥିବା ବିଲେଇ ସହ ମୁଖ୍ୟମନ୍ତ୍ରୀ ଠିଆ ହୋଇ ଆଲୋଚନା କରୁଛନ୍ତି। କ’ଣ ଖାଇବୁ ବୋଲି ସେ ବିଲେଇକୁ ବାରମ୍ବାର ପ୍ରଶ୍ନ କରୁଛନ୍ତି। ବିଲେଇ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ଭଲପାଇବା ଦେଖି ଲୋକେ ଖୁସି ହୋଇଯାଇଛନ୍ତି।
रामायण की चौपाई “संत हृदय नवनीत सामना” को 'चरितार्थ' करते हुये ,, सीएम योगी जी-https://t.co/wEWS19NJrb pic.twitter.com/Y3XbRKIyvZ
— Sudhir Mishra (@Sudhir_mish) January 17, 2023
ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓ ପୋଷ୍ଟ ହେବା ସଙ୍ଗେ ସଙ୍ଗେ ଏହା ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି।
The post ଯୋଗୀଙ୍କ ଭିନ୍ନ ରୂପ, ବିଲେଇ ସହ ଆଲୋଚନା appeared first on Odisha Reporter.
from Odisha Reporter https://ift.tt/BiDcnxj
No comments:
Post a Comment