ଆବଶ୍ୟକ ସାମଗ୍ରୀ: ମଇଦା, ଲୁଣ, ବୋନ୍ ଲେସ ଚିକେନ, କଟା ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା, କଟା ପିଆଜ ଓ କ୍ୟାପସିକମ୍, ସୋୟା ସସ୍, ଟମାଟୋ ସସ୍, ଚିଲି ସସ୍ , ଗୋଲମରିଚ ଗୁଣ୍ଡ ଓ ଭିନେଗାର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଅଳ୍ପ ତେଲ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ସେଥିରେ ପାଣି ମିଶାଇ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ତା’ ଉପରେ ଅଳ୍ପ ରିଫାଇନ ତେଲ ପକାଇ ଢାଙ୍କି ଦିଅନ୍ତୁ। ଏହା କରିବା ଦ୍ୱାରା ମଇଦା ସଫ୍ଟ ହେବ ।
ଏହାପରେ ବଜାରରୁ ଆଣି ରଖିଥିବା ବୋନ୍ ଲେସ ଚିକେନକୁ ଧୋଇ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତାକୁ ଏକ ପାତ୍ରରେ ରଖନ୍ତୁ। ପରେ ମୋମୋ ପାଇଁ ମସଲା ପ୍ରସ୍ତୁତ କରନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ କଟା ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ,କଟା ପିଆଜ ଓ କ୍ୟାପସିକମ୍ ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ଚିକେନ ପକାଇ ଦିଅନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ସୋୟା ସସ୍, ଟମାଟୋ ସସ୍, ଚିଲି ସସ୍ , ଗୋଲମରିଚ ଗୁଣ୍ଡ ଓ ଭିନେଗାର ପକାଇ କିଛିସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।
ପରେ ଚକଟି ରଖିଥିବା ମଇଦାକୁ ପୁରି ଆକାରରେ ବେଲନ୍ତୁ। ତା’ ଭିତରେ ମସଲା ଦେଇ ମୋମୋ ଆକାରରେ ଗଢ଼ନ୍ତୁ। ପରେ ଇଡଲି ଛାଞ୍ଚରେ ତେଲ ମାରି ଗଢ଼ି ରଖିଥିବା ମୋମୋକୁ ରଖି ଢାଙ୍କି ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ପରେ ଇଡଲି ଛାଞ୍ଚକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଇଡଲି ଛାଞ୍ଚର ଢାଙ୍କୁଣିକୁ କାଢ଼ି ମୋମୋ ଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ମୋମୋ। ଏହାକୁ ଆପଣ ଚଟଣି ସହିତ ଖାଇପାରିବେ।
The post ଚିକେନ ମୋମୋ appeared first on Odisha Reporter.
from Odisha Reporter https://ift.tt/mlAR9qi
No comments:
Post a Comment