ଏଥର ଫସିବେ କି ପ୍ରତାପ? ପ୍ରୋଟେଷ୍ଟ ପିଟିସନ ଦାଖଲକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 7, 2023

ଏଥର ଫସିବେ କି ପ୍ରତାପ? ପ୍ରୋଟେଷ୍ଟ ପିଟିସନ ଦାଖଲକୁ ଅନୁମତି

ସାଲେପୁର (ଓଡ଼ିଶା ରିପୋର୍ଟର): ପୁଣି ଖୋଲିବ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ। କାରଣ ତତକାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଫାଇନାଲ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଜାନୁଆରୀ ୧୨ ତାରିଖ ସୁଦ୍ଧା ପ୍ରୋଟେଷ୍ଟ ପିଟିସନ ଦାଖଲ ପାଇଁ ଅନୁମତି ମିଳିଛି। ଏତଲାକାରୀ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ମୃତ୍ୟୁ ପରେ ଏବେ ଏହି କେସ୍ ଲଢ଼ିବେ ତାଙ୍କ ସାନ ଭାଇ ରଞ୍ଜିତ ବରାଳ।

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ୧୩ ଜଣଙ୍କ ନାଁରେ ରମାକାନ୍ତ ବରାଳ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ଭାରତୀୟ ପିଙ୍ଗଳ କୋଡ୍ ୩୦୨ ଧାରାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଶେଷ କରି ତତ୍‌କାଳୀନ ମାହାଙ୍ଗା ଆଇଆଇସି ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲେ ସେଥିରେ ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କ ନାଁ ନଥିଲା, ଯାହା ବର୍ତ୍ତମାନ ସାଲେପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତରେ ବିଚାରାଧୀନ ରହିଛି।

ତତ୍‌କାଳୀନ ଆଇଆଇସି ତତ୍‌କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟ୍‌ରେ ରଖି ନଥିବାରୁ ଏହାକୁ ପ୍ରତିବାଦ କରି ରମାକାନ୍ତ ବରାଳ ଏକ ଦରଖାସ୍ତ ସାଲେପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଦାଖଲ କରିଥିଲେ। କୋର୍ଟ ତାଙ୍କ ଦରଖାସ୍ତକୁ ଗ୍ରହଣ କରି ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା’ ସହିତ ମୁଦାଲାମାନଙ୍କର ସିଡିଆର୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ ଭିତରେ ତତ୍‌କାଳୀନ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ବଦଳି ହୋଇଯିବାରୁ ତଦନ୍ତ ଭାର ସାଲେପୁର ଡିଏସ୍‌ପିଙ୍କୁ ହସ୍ତାନ୍ତର କରାଯାଇଥିଲା। ସାଲେପୁର ଡିଏସ୍‌ପି ତଦନ୍ତ ଶେଷ କରି ଫାଇନାଲ୍ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ବି ପ୍ରତାପ ଜେନାଙ୍କ ନାଁ ନଥିଲା।  ଏହି ଫାଇନାଲ ରିପୋର୍ଟ ଉପରେ କୌଣସି ଅଭିଯୋଗ ଥିଲେ ଦରଖାସ୍ତ ଦାଖଲ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ନୋଟିସ୍ କରିଥିଲେ ସାଲେପୁର ଜେଏମ୍‌ଏଫିସି କୋର୍ଟ। କିନ୍ତୁ ଅଭିଯୋଗ ଦାଖଲ କରିବା ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ରମାକାନ୍ତଙ୍କର ମୃତ୍ୟୁ ଘଟିଥିଲା।

ରମାକାନ୍ତ ମୃତ୍ୟୁ ପରେ ତାଙ୍କ ସାନ ଭାଇ ରଞ୍ଜିତ ବରାଳ ଉକ୍ତ ଫାଇନାଲ ରିପୋର୍ଟକୁ ପ୍ରତିବାଦ କରି ଦରଖାସ୍ତ ଦେବା ପାଇଁ ଅନୁମତି ଦେବାକୁ ସାଲେପୁର ଜେଏମ୍‌ଏଫ୍‌ସିଙ୍କୁ ନିବେଦନ କରିଥିଲେ। ତାଙ୍କ ନିବେଦନକୁ ଗ୍ରହଣ କରି କୋର୍ଟ ଆସନ୍ତା ୧୨ ତାରିଖରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

The post ଏଥର ଫସିବେ କି ପ୍ରତାପ? ପ୍ରୋଟେଷ୍ଟ ପିଟିସନ ଦାଖଲକୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/925iOfx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages