କେଶରୀନାଥ ତ୍ରିପାଠୀଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 7, 2023

କେଶରୀନାଥ ତ୍ରିପାଠୀଙ୍କ ପରଲୋକ

ଲକ୍ଷ୍ନୌ: ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି। ରବିବାର ଭୋର ୫ଟାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଉତ୍ତର ପ୍ରଦେଶ ବିଧାନସଭାରେ ତିନି ଥର ବାଚସ୍ପତି ରହିଥିବା କେଶରୀନାଥ ତ୍ରିପାଠୀଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତଥା ତାଙ୍କର ଗୋଟିଏ ହାତ ଫ୍ରାକ୍ଚର ହୋଇଯିବାରୁ ଗତ ମାସରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଖାଦ୍ୟ କମାଇ ଦେଇଥିଲେ। ତାଙ୍କର ପରିସ୍ରା ସମସ୍ୟା ମଧ୍ୟ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ଏକ ସପ୍ତାହରୁ ଅଧିକ ଦିନ ରଖିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣିଥିଲେ। ଆଉ ଆଜି ଭୋରରେ ତାଙ୍କର ପରଲୋକ ହୋଇଯାଇଛି।

କେଶରୀନାଥ ତ୍ରିପାଠୀ ୧୯୩୪ ମସିହା ନଭେମ୍ବର ୧୦ ତାରିଖରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରୁଥିଲେ। ସେ ପ୍ରଥମେ ଜନତା ପାର୍ଟିରେ ଥିଲେ। ପରେ ୧୯୮୦ରେ ଯେତେବେଳେ ବିଜେପି ଗଠନ ହେଲା ସେ ସେଥିରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଛନ୍ତି। ୧୯୭୭ରେ ସେ ପ୍ରଥମେ ଜନତା ପାର୍ଟି ଟିକେଟ୍‌ରେ ଝୁସି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ତ୍ରିପାଠୀ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଜନତା ଦଳ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ୧୯୮୯ରୁ ୨୦୦୨ ପର୍ଯ୍ୟନ୍ତ ସେ ଆହ୍ଲାବାଦ ଦକ୍ଷିଣ ବିଧାନସଭା ଆସନରୁ ୫ ଥର ନିର୍ବାଚିତ ହୋଇଥିଲେ। ସେ ୧୯୯୧ରୁ ୧୯୯୩, ୧୯୯୭ରୁ ୨୦୦୨ ଓ ମେ’ ୨୦୦୨ରୁ ମାର୍ଚ୍ଚ ୨୦୦୪ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।

୨୦୧୪ ଜୁଲାଇ ୧୪ ତାରିଖରେ କେଶରୀନାଥ ତ୍ରିପାଠୀଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଜୁଲାଇ ୨୪ରେ ସେ ଶପଥ ନେଇଥିଲେ। ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ପୂରା ୫ ବର୍ଷ କାର୍ଯ୍ୟ କରିଥିଲେ। ତା’ ଭିତରେ ଭିନ୍ନ ଭିନ୍ନ ସମୟରେ ବିହାର, ମେଘାଳୟ ଓ ମିଜୋରାମର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିଲେ।

ରାଜନୀତି ସହିତ ସେ ସାହିତ୍ୟରେ ବି ମନୋନିବେଶ କରିଥିଲେ। ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ। ସେ ହିନ୍ଦୀ ସହିତ ଇଂରାଜୀ ଭାଷାରେ ବି କିଛି ପୁସ୍ତକ ଲେଖିଛନ୍ତି।

The post କେଶରୀନାଥ ତ୍ରିପାଠୀଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/pmPbCgT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages