ଡାକ୍ତର ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 26, 2023

ଡାକ୍ତର ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପରିବାର ସହ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଡାକ୍ତର ଦମ୍ପତି। ମାତ୍ର ଏହା ମଧ୍ୟରେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ନଗଦ ପ୍ରାୟ ଦୁଇ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ଶାନ୍ତପଡାରେ ହୋଇଛି। ଲୁଟ୍‌ର ଶିକାର ଡାକ୍ତର ଦମ୍ପତି ହେଲେ ଶିଶୁ ରୋଗ ବିଶେଷଜ୍ଞ ଡା. ପୁଷ୍ପରଂଜନ ମିଶ୍ର ଓ ତାଙ୍କ ପତ୍ନୀ ଡା. ଆରତୀ ମିଶ୍ର।

ଡା. ପୁଷ୍ପରଂଜନ ମିଶ୍ର ପରିବାର ସହ ଶାନ୍ତପଡ଼ାସ୍ଥିତ ନିଜ ଘରେ ରୁହନ୍ତି। ଏକ ବିବାହରେ ଯୋଗ ଦେବାକୁ ଗତ ମଙ୍ଗଳବାରଠାରୁ ସେ ପରିବାର ସହ ସହର ବାହାରକୁ ଚାଲି ଯାଇଥିଲେ। ଏଥିନିମନ୍ତେ ଘରେ ତଥା ଗେଟ୍‌ରେ ତାଲା ଝୁଲୁଥିଲା। ଘରେ କେହି ନ ଥିବା ସନ୍ଦେହରେ ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଡା. ମିଶ୍ରଙ୍କ ଘରେ ପଶିଥିବା ଜଣାଯାଇଛି।

ସେମାନେ ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ମେନ୍‌ଗେଟ୍‌ ସହ ଘରର ତାଲା ଭାଙ୍ଗି ଘରେ ପଶିଥିଲେ। ଏହାପରେ ଘରେ ଥିବା ଆଲମାରୀ ଲକର ଭାଙ୍ଗି ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଓ ଲକ୍ଷାଧୀକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି।

ପଡ଼ୋଶୀଙ୍କଠାରୁ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଡା. ମିଶ୍ରଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ବି ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି। ହେଲେ ଲୁଟେରାଙ୍କ ପତ୍ତା ମିଳିପାରିନି।

ଡା. ମିଶ୍ର ସହର ବାହାରେ ଥିବାରୁ ତାଙ୍କୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ସେ ଆଜି ପହଞ୍ଚିବା ପରେ ଏ ନେଇ ଥାନାରେ ଏତଲା ଦେବେ ବୋଲି ଜଣାଯାଇଛି। ତେବେ ଏ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pVzI4QU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages