୩,୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 25, 2023

୩,୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍‌

ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏବେ ବିଶ୍ୱର ଅନେକ ବଡ଼ବଡ଼ କମ୍ପାନୀ ଛଟେଇ ଆରମ୍ଭ କରିଛନ୍ତି। ଏହି ତାଲିକାରେ ଆଜି ଆଇବିଏମ କ୍ରପ୍‌ ଯୋଡ଼ି ହୋଇଯାଇଛି। କମ୍ପାନୀ ମୋଟ ୩,୯୦୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି। ଆସେଟ ଡିସଇନଭେଷ୍ଟମେଣ୍ଟ ଓ ବାର୍ଷିକ କ୍ୟାଶ ଟାର୍ଗେଟ ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମୁଖ୍ୟ ଆର୍ଥିକ ଅଧିକାରୀ ଜେମ୍ସ କହିଛନ୍ତି, “କମ୍ପାନୀ ଆଗକୁ ରିସର୍ଚ୍ଚ ଡେଭଲପମେଣ୍ଟ ପୋଷ୍ଟ ପାଇଁ ନିଯୁକ୍ତି ଦେବ। ଏବେ କେବଳ କିଛି ଆର୍ଥିକ ସ୍ଥିତି ଯୋଗୁ ୩,୯୦୦ କର୍ମଚାରୀଙ୍କୁ ଚାକିରିରୁ କାଢ଼ିବାକୁ ପଡ଼ୁଛି।” ଆଇବିଏମର ଶେୟାର ଏବେ ୨% ହ୍ରାସ ପାଇଛି।

୨୦୨୨ରେ ଆଇବିଏମର ଆୟ ୯.୩ ବିଲିୟନ ଡଲାର ଥିଲା। କମ୍ପାନୀ ୧୦ ବିଲିୟନ ଡଲାରର ଟାର୍ଗେଟ ରଖିଥିଲା। ତେଣୁ କମ୍ପାନୀ କ୍ଷତି ସହିବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି।

ଏହାପୂର୍ବରୁ ଗୁଗଲ ଓ ଆମାଜନ ଠାରୁ ଆରମ୍ଭ କରି ଅନେକ ବଡ଼ବଡ଼ କମ୍ପାନୀ ଆର୍ଥିକ କ୍ଷତି ଯୋଗୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yKmovUI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages