ବ୍ରାଣ୍ଡେଡ୍ କମ୍ପାନୀର ଠିପି ଲଗାଇ ବିକ୍ରି ହେଉଥିଲା ନକଲି ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 26, 2023

ବ୍ରାଣ୍ଡେଡ୍ କମ୍ପାନୀର ଠିପି ଲଗାଇ ବିକ୍ରି ହେଉଥିଲା ନକଲି ମଦ

ବ୍ରାଣ୍ଡେଡ୍ କମ୍ପାନୀର ଠିପି ଲଗାଇ ନକଲି ମଦ ବିକ୍ରି କରାଯାଉଥିଲା। ଅବକାରୀ ବିଭାଗ ଚଢ଼ାଉ କରି ବ୍ରାଣ୍ଡେଡ୍ କମ୍ପାନୀର ବିପୁଳ ପରିମାଣର ଠିପି ଓ ନକଲି ମଦ ଜବତ କରିଛି। ନୂଆପଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ବିକାଶ କୁମାର ନାମକ ଜନୈକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ଘର ସମ୍ବଲପୁର ଜିଲ୍ଲାରେ ବୋଲି ଜଣାଯାଇଛି। 

ଖରିଆର ରୋଡ୍‌ ଅଞ୍ଚଳରେ ନକଲି ମଦ କାରଖାନା ଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରି ବ୍ରାଣ୍ଡେଡ୍ କମ୍ପାନୀର ଠିପି ଓ  ନକଲି  ମଦ ଜବତ କରିଥିଲା। ଏହି ନକଲି ମଦ କାରାଖାନା ସମ୍ବଲପୁର, ବଲାଙ୍ଗିର, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି। ସମ୍ବଲପୁର ମୋଦିପଡ଼ା ଦେଉଳବନ୍ଧରେ ବଡ଼ କାରଖାନା ଥିବା ଜଣାଯାଇଛି। ଅବକାରୀ ବିଭାଗ ଘଟଣାର ତଦନ୍ତ କରୁଛି। ଆଗକୁ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ସୁଜନାଯୋଗ୍ୟ, କିଛିଦିନ ତଳେ କଟକରୁ ନକଲି ଆକ୍ୱାଗାର୍ଡ  କାରାଖାନା ଠାବ କରାଯାଇଥିଲା।  ନାମାଦାମୀ କମ୍ପାନୀର ଲୋଗୋ ଲଗାଇ ଆକ୍ୱାଗାର୍ଡ ବିକ୍ରି କରାଯାଉଥିଲା। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/uTBW1hA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages