ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 26, 2023

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା

ଜମି ବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଏହି ଘଟଣା ଘଟିଛି। ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ହେଲେ କାହ୍ନୁ ଠାକୁର।

ଗତକାଲି ଜମି ବାଡ଼ିକୁ କେନ୍ଦ୍ର କରି କାହ୍ନୁଙ୍କ ସହ ପଡ଼ୋଶୀଙ୍କର ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲେ। ପଡ଼ୋଶୀ ଓ କାହ୍ନୁମଧ୍ୟରେ ମାରପିଟ ହୋଇଥିଲା। ଏହି ସମୟରେ କାହ୍ନୁ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାହ୍ନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାହ୍ନୁଙ୍କ ପରିବାର ଲୋକେ ପଡ଼ୋଶୀଙ୍କ ନାଁରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/b0uzvw3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages