ପୁଣି ଥରେ ଅଶାନ୍ତ ହୋଇ ଉଠିଛି ଆମେରିକା । ଫୁଟିଛି ଗୁଳି। ବନ୍ଧୁକ ମୁନରେ ଯାଇଛି ୩ ନିରୀହ ଜୀବନ । ଗତ କିଛି ଦିନ ଆମେରିକାର ସର୍ବସାଧାରଣ ସ୍ଥାନରେ ଆଖି ବୁଜା ଗୁଳି ମାଡ଼ ହେଉଥିବା ବେଳେ ଘରୁ ବାହରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି।
ୱାଶିଂଟନ ୟାକିମାସ୍ଥିତ ଏକ ମଲ୍ରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଦୁର୍ବୃତ୍ତଜଣଙ୍କ ଦୋକାନ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ଏହି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ କରୁଛି ।
ଚଳିତବର୍ଷ ପ୍ରଥମ ତିନି ସପ୍ତାହ ମଧ୍ୟରେ ୩୯ଟି ଗୁଳିକାଣ୍ଡ ହୋଇଛି । ଏହାବାଦ ଗତ ୪ ଦିନ ଭିତରେ ୨୩ଜଣଙ୍କ ଜୀବନ ଗଲାଣି । ଏହାକୁ ନେଇ ଭୟଭୀତ ହେଇପଡିଛନ୍ତି ଆମେରିକାବାସୀ ।
ବିଶେଷକରି ଆମେରିକାର ଶିଶୁମାନଙ୍କ ଭିତରେ ଅହେତୁକ ଭୟ ଦେଖାଦେଇଛି । ସର୍ବସାଧାରଣ ସ୍ଥାନରେ ବାରମ୍ବାର ଗୁଳିମାଡ ଘଟଣା ଆମେରିକା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଖୁବ୍ ଶୀଘ୍ର କଠୋର ବନ୍ଧୁକ ଆଇନ୍ ଲାଗୁ କରିବାକୁ ଦାବି ଜୋର ଧରିଛି ।
ଗତ ୨୨ ତାରିଖରେ ଚୀନ ନୂଆବର୍ଷ ପାଳନ ବେଳେ ଲସ୍ ଆଞ୍ଜେଲସର ଏକ କ୍ଲବ୍ରେ ଜଣେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦିନକ ପରେ କାଲିଫର୍ଣ୍ଣିଆର ହାଫ୍ ମୁନ୍ ବେ ସହରରେ ଜଣେ ଦୁର୍ବୃତ୍ତ ଗୁଳିମାଡରେ ୭ ଜୀବନ ଯାଇଥିଲା। ଗତକାଲି ଏକ ସ୍କୁଲରେ ଗୁଳି କାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/X6EQvI3
No comments:
Post a Comment